ଏପ୍ରିଲ ୯ରୁ ଆଇପିଏଲ୍ ନବମ ସଂସ୍କରଣ: ପୁନେ ଓ ରାଜକୋଟ ନୂଆ ଟିମ୍

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣରେ ଚେନ୍ନାଇ ଓ ରାଜସ୍ଥାନ ସ୍ଥାନରେ ଦୁଇଟି ନୂଆ ଟିମକୁ ଦେଖିବାକୁ ମିଳିବ। ଏହି ଦୁଇ ଟିମ୍ ହେଲା ପୁନେ ଓ ରାଜକୋଟ। ପୁନେ ଦଳକୁ ଶିଳ୍ପପତି ସଞ୍ଜୀବ ଗୋଏଙ୍କା ଏବଂ ରାଜକୋଟ ଟିମକୁ ଇନଟେକ୍ସ ଗ୍ରୁପ୍ କିଣିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ନବମ ସଂସ୍କରଣ ଆସନ୍ତା ଏପ୍ରିଲ ୯ ତାରିଖରୁ ମେ ୨୯ ତାରିଖ ଯାଏଁ ଅନୁଷ୍ଠିତ ହେବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ଶଶାଙ୍କ ମନୋହର। […]

ipl-trophy

Rakesh Mallick
  • Published: Tuesday, 08 December 2015
  • , Updated: 09 December 2015, 02:47 AM IST

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣରେ ଚେନ୍ନାଇ ଓ ରାଜସ୍ଥାନ ସ୍ଥାନରେ ଦୁଇଟି ନୂଆ ଟିମକୁ ଦେଖିବାକୁ ମିଳିବ। ଏହି ଦୁଇ ଟିମ୍ ହେଲା ପୁନେ ଓ ରାଜକୋଟ। ପୁନେ ଦଳକୁ ଶିଳ୍ପପତି ସଞ୍ଜୀବ ଗୋଏଙ୍କା ଏବଂ ରାଜକୋଟ ଟିମକୁ ଇନଟେକ୍ସ ଗ୍ରୁପ୍ କିଣିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ନବମ ସଂସ୍କରଣ ଆସନ୍ତା ଏପ୍ରିଲ ୯ ତାରିଖରୁ ମେ ୨୯ ତାରିଖ ଯାଏଁ ଅନୁଷ୍ଠିତ ହେବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ଶଶାଙ୍କ ମନୋହର।

ଆଇପିଏଲ୍ ସ୍ପଟ୍ ଫିକ୍ସିଂ ଓ ବେଟିଂ ମାମଲାରେ ଚେନ୍ନାଇ ଓ ରାଜସ୍ଥାନ ଟିମର ମାଲିକ ରାଜ କୁନ୍ଦ୍ରା ଏବଂ ଗୁରୁନାଥ ମୟପ୍ପାନ୍ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ଏ ଦୁଇ ଦଳକୁ ଦୁଇବର୍ଷ ପାଇଁ ବାସନ୍ଦ କରାଯାଇଛି। ଏହାପରେ ଦୁଇଟି ନୂଆ ଦଳ ସଂସ୍କରଣରେ ସାମିଲ କରିବା ପାଇଁ ବିସିସିଆଇ ପ୍ରୟାସ ଆରମ୍ଭ କରିଥିଲା। ଆଜି ଦିଲ୍ଲୀରେ ବସିଥିବା ଗଭର୍ଣ୍ଣିଂ ବଡି କାଉନସିଲ୍ ମିଟିଂରେ ଦୁଇ ନୂଆ ଆଇପିଏଲ ଟିମର ନାଁ ଘୋଷଣା ହୋଇଛି।

ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ ମ୍ୟାଚ ଶେଷ ହେବାର ମାତ୍ର ୫ଦିନ ପରେ ଆଇପିଏଲର ୯ମ ସଂସ୍କରଣ ଆରମ୍ଭ ହେବ। ଆସନ୍ତା ଫେବୃୟାରୀ ୬ରେ ବେଙ୍ଗାଲୁରୁରେ ଏଥିପାଇଁ ଖେଳାଳି ନିଲାମୀ କରାଯିବ ବୋଲି ବିସିସିଆଇ ସଭାପତି ମନୋହର କହିଛନ୍ତି।

Related story