ଆଶା ଆଶାରେ ରହିଗଲା, ନିରାଶ ହେଲେ ଦର୍ଶକ: ସେମିରେ ଚିତ୍‌ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ପରାସ୍ତ ହେଲା ଭାରତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାର୍ଲ୍ଡ ଲିଗ୍‌ର ଆଜି ଥିଲା ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌। ୱାର୍ଲ୍ଡ ନମ୍ବର ୱାନ୍‌ ଟିମ୍‌ ଆର୍ଜେଣ୍ଟିନା ଭାରତକୁ ୧-୦ ଗୋଲରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ବର୍ଷା ସତ୍ତ୍ୱେ ଖେଳ ଚାଲିଥିଲା। ଉଭୟ ଦଳର ଖେଳାଳି ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା କମି ନ ଥିଲା। ଛତା […]

_51e75520-dc2c-11e7-8585-db66518b106f

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 09:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ପରାସ୍ତ ହେଲା ଭାରତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାର୍ଲ୍ଡ ଲିଗ୍‌ର ଆଜି ଥିଲା ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌। ୱାର୍ଲ୍ଡ ନମ୍ବର ୱାନ୍‌ ଟିମ୍‌ ଆର୍ଜେଣ୍ଟିନା ଭାରତକୁ ୧-୦ ଗୋଲରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ବର୍ଷା ସତ୍ତ୍ୱେ ଖେଳ ଚାଲିଥିଲା। ଉଭୟ ଦଳର ଖେଳାଳି ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା କମି ନ ଥିଲା। ଛତା ନେଇ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ପହଞ୍ଚିଥିଲେ କଳିଙ୍ଗ ଷ୍ଟାଡିୟମରେ, ଯାହା ଖେଳାଳିଙ୍କୁ ବେଶ୍‌ ଉତ୍ସାହିତ କରିଥିଲା। ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଆର୍ଜେଣ୍ଟିନା ପେନାଲ୍ଟି କର୍ଣ୍ଣର ଦ୍ୱାର ଏକମାତ୍ର ଗୋଲ ଦେଇଥିଲା।

ଭାରତର ଏହି ପରାଜୟ ପରେ ଘରୋଇ ପରିବେଶରେ ଟିମ୍‌ ଚାମ୍ପିୟନ ହେବାର ଆଶା ଧୂଳିସାତ ହୋଇଯାଇଛି। ଆର୍ଜେଣ୍ଟିନା ଫାଇନାଲରେ ପହଞ୍ଚିଯାଇଛି। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଏଥିରେ ଅଷ୍ଟ୍ରେଲିଆକୁ ଭେଟିବ ଶକ୍ତିଶାଳୀ ଜର୍ମାନୀ। ଏହି ମ୍ୟାଚ୍‌ର ବିଜୟୀ ଦଳ ଫାଇନାଲରେ ଆର୍ଜେଣ୍ଟିନା ସହ ଖେଳିବ। ଏବଂ ପରାସ୍ତ ଦଳ ରବିବାର ସନ୍ଧ୍ୟା ୫.୧୫ ମିନିଟରେ ତୃତୀୟ ସ୍ଥାନ ପାଇଁ ଭାରତ ସହ ଖେଳିବ। ଭାରତ ଆଜିର ମ୍ୟାଚ୍‌ ହାରିଥିଲେ ମଧ୍ୟ ତୃତୀୟ ସ୍ଥାନ ପାଇଁ ଆଉଥିରେ ଖେଳିବାକୁ ସୁଯୋଗ ପାଇବ।

Related story