ସଚିନଙ୍କ ପୁଅ ଅର୍ଜୁନଙ୍କୁ ଭାରତୀୟ ଦଳରେ ସୁଯୋଗ: ମିଳିଲା ଅଣ୍ଡର-19 ଜର୍ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ପ୍ରତି ଅତୁଳନୀୟ ଅବଦାନ ପାଇଁ ସମସ୍ତଙ୍କ ହୃଦୟରେ ସଚିନ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଭାରତରେ ସେ ଗଡ୍‌ ଅଫ୍‌ କ୍ରିକେଟ୍‌ ନାଁରେ ପରିଚିତ। ସିଚିନ୍‌ ଯଦିଓ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି ତଥାପି କ୍ରିକେଟ୍‌ ପ୍ରତି ତାଙ୍କର ଭଲପାଇବା କମି ନାହିଁ। ଏବେବି ସେ କ୍ରିକେଟ୍‌ ସହିତ ଜଡ଼ିତ ହୋଇ ରହିଛନ୍ତି। ଏପରି ସ୍ଥିତିରେ ପିତାଙ୍କୁ ଅନୁସରଣ କରି ସଫଳ କ୍ରିକେଟର୍‌ ହେବାକୁ ଆଗେଇ ଆସିଛନ୍ତି ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। […]

sachin_650_051315084844

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 09:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟ୍‌ ପ୍ରତି ଅତୁଳନୀୟ ଅବଦାନ ପାଇଁ ସମସ୍ତଙ୍କ ହୃଦୟରେ ସଚିନ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଭାରତରେ ସେ ଗଡ୍‌ ଅଫ୍‌ କ୍ରିକେଟ୍‌ ନାଁରେ ପରିଚିତ। ସିଚିନ୍‌ ଯଦିଓ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି ତଥାପି କ୍ରିକେଟ୍‌ ପ୍ରତି ତାଙ୍କର ଭଲପାଇବା କମି ନାହିଁ। ଏବେବି ସେ କ୍ରିକେଟ୍‌ ସହିତ ଜଡ଼ିତ ହୋଇ ରହିଛନ୍ତି। ଏପରି ସ୍ଥିତିରେ ପିତାଙ୍କୁ ଅନୁସରଣ କରି ସଫଳ କ୍ରିକେଟର୍‌ ହେବାକୁ ଆଗେଇ ଆସିଛନ୍ତି ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଏହାର ଆରମ୍ଭ ଏବେ ହୋଇସାରିଛି।

ଶ୍ରୀଲଙ୍କା ଗସ୍ତ ପାଇଁ ଅଣ୍ଡର-୧୯ ଭାରତୀୟ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ସାମିଲ କରାଯାଇଛି। ଏହି ଗସ୍ତରେ ଭାରତ ୨ଟି ୪ ଦିବସୀୟ ମ୍ୟାଚ୍‌ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କୁ କେବଳ ୪ ଦିବସୀୟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଅଣ୍ଡର-୧୯ ଭାରତୀୟ ଦଳ ପାଇଁ ଆଶିଷ କପୁର, ଜ୍ଞାନେନ୍ଦ୍ର ପାଣ୍ଡେ ଓ ରାକେଶ ପାରିଖ୍ ଚୟନକର୍ତ୍ତା ଅଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ୪ ଦିବସୀୟ ଅଣ୍ଡର-୧୯ ଭାରତୀୟ ଦଳରେ ଦିଲ୍ଲୀର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଅନୁଜ ରୱତଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ମିଲିଛି। ସେହିପରି ଦିନିକିଆ ମ୍ୟାଚ୍‌ ପାଇଁ ଆର୍ୟନ୍‌ ଜୁୟଲଙ୍କୁ ଦଳର ଦାୟିତ୍ୱ ଦିଆଯାଇଛି।

[caption id="attachment_243115" align="aligncenter" width="759"] ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ସାମିଲ କରାଯାଇଛି। ସେ ଅଲରାଉଣ୍ଡର ଭାବେ ଦଳରେ ନଜର ଆସିବେ। ଅର୍ଜୁନ ତେନ୍ଦୁଲକର କେବଳ ୪ଦିବସୀୟ ମ୍ୟାଚ୍ ପାଇଁ ସିଲେକ୍ଟ ହୋଇଥିବା ବେଳେ ଦିନିକିଆ ଦଳରେ ତାଙ୍କୁ ସମିଲ କରାଯାଇନାହିଁ। ଏହା ପୂର୍ବରୁ ଅର୍ଜୁନ ୧୪  ବର୍ଷରୁ କମ ଓ ୧୬ ବର୍ଷରୁ କମ ମୁମ୍ବାଇ ଦଳରେ ସ୍ଥାନ ପାଇ ନିଜର କାମାଲ ଦେଖାଇସାରିଛନ୍ତି।  [/caption]

Related story