ଦମ୍‌ ଦେଖାଇଲେ ସଚିନ୍‌ଙ୍କ ପୁଅ, ଚମତ୍କାର ବୋଲିଂ କରି ଆସାମକୁ ଧୂଳି ଚଟାଇ ଦେଲେ

ମୁମ୍ବାଇ: ଚମତ୍କାର ବୋଲିଂ ଓ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ନାମ କମାଇଥିବା ମହାନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବି ନିଜ ପିତାଙ୍କ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ସେହି ସ୍ୱପ୍ନନେଇ ଅର୍ଜୁନ ଅଗ୍ରସର ମଧ୍ୟ ହୋଇସାରିଛନ୍ତି। ଆସାମ ବିରୋଧରେ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ଼ ଟ୍ରଫିରେ ଅର୍ଜୁନଙ୍କ କମାଲ ଦେଖିବାକୁ ମିଳିଛି। ଆସାମ ବିପକ୍ଷରେ ଅର୍ଜୁନ ୭ ଓଭରରେ ୧୪ ରନ୍‌ ଦେଇ ୩ ୱିକେଟ୍‌ ନେଇଛନ୍ତି। ଅର୍ଜୁନଙ୍କ […]

sachin

sachin

Tapas Behera
  • Published: Thursday, 18 October 2018
  • Updated: 18 October 2018, 11:14 AM IST

Sports

Latest News

ମୁମ୍ବାଇ: ଚମତ୍କାର ବୋଲିଂ ଓ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ନାମ କମାଇଥିବା ମହାନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବି ନିଜ ପିତାଙ୍କ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ସେହି ସ୍ୱପ୍ନନେଇ ଅର୍ଜୁନ ଅଗ୍ରସର ମଧ୍ୟ ହୋଇସାରିଛନ୍ତି।

ଆସାମ ବିରୋଧରେ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ଼ ଟ୍ରଫିରେ ଅର୍ଜୁନଙ୍କ କମାଲ ଦେଖିବାକୁ ମିଳିଛି। ଆସାମ ବିପକ୍ଷରେ ଅର୍ଜୁନ ୭ ଓଭରରେ ୧୪ ରନ୍‌ ଦେଇ ୩ ୱିକେଟ୍‌ ନେଇଛନ୍ତି। ଅର୍ଜୁନଙ୍କ ଆକ୍ରଣାତ୍ମକ ବୋଲିଂରେ ତାଙ୍କ ମୁମ୍ବାଇ ଟିମ୍‌ ଆସାମ ବିପକ୍ଷରେ ୧୦ ୱିଇକେଟରେ ଜିତିନେଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆସାମ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ଅର୍ଜୁନ  ଦିନେଶ ଅହମ୍ମଦଙ୍କୁ ଗୋଟିଏ ରନ୍‌ରେ ଏଲବିଡବ୍ଲ୍ୟୁ  କରି ଆଉଟ୍‌ କରିଥିବା ବେଳେ ଏମିତି ୨ଟି ୱିଇକେଟ ଅକ୍ତିଆର କରିନେଇଥିଲେ। ଆସାମ ୪୦.୪ ଓଭରରେ ୯୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା।  ଜବାବରେ ମୁମ୍ବାଇ ୨୧.୫ ଓଭରରେ ବିନା ୱିକେଟରେ ୧୦୨ ରନ୍‌ କରି ବିଜୟ ହାସଲ କରିନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos