ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଗାନ୍ଧି-ମାଣ୍ଡେଲା ଟେଷ୍ଟ ସିରିଜର ଶେଷ ବା ଚତୁର୍ଥ ଟେଷ୍ଟ ମ୍ୟାଚ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କାଲି ସକାଳ ୯ଟା ୩୦ରେ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଭାରତକୁ ଭେଟିବ। ଭାରତ ୩-୦ ରେ ସିରିଜ ପୋଛିବା ଲକ୍ଷ୍ୟ ରଖିଥିବା ବେଳେ ଦ.ଆଫ୍ରିକା ସମ୍ମାନ ରଖିବାକୁ ପଡିଆକୁ ଓହ୍ଲେଇବ। ଭାରତ ଗତ ମ୍ୟାଚ୍ ପରି ସ୍ପିନକୁ ପ୍ରାଧାନ୍ୟ ଦେଇ ପଡିଆକୁ ଓହ୍ଲେଇବାକୁ ଥିବା ବେଳେ ଦଳର ଆର. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଓ ଅମିତ ମିଶ୍ରା […]

ind-vs-SA-in-Delhi

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 03:29 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଗାନ୍ଧି-ମାଣ୍ଡେଲା ଟେଷ୍ଟ ସିରିଜର ଶେଷ ବା ଚତୁର୍ଥ ଟେଷ୍ଟ ମ୍ୟାଚ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କାଲି ସକାଳ ୯ଟା ୩୦ରେ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଭାରତକୁ ଭେଟିବ। ଭାରତ ୩-୦ ରେ ସିରିଜ ପୋଛିବା ଲକ୍ଷ୍ୟ ରଖିଥିବା ବେଳେ ଦ.ଆଫ୍ରିକା ସମ୍ମାନ ରଖିବାକୁ ପଡିଆକୁ ଓହ୍ଲେଇବ। ଭାରତ ଗତ ମ୍ୟାଚ୍ ପରି ସ୍ପିନକୁ ପ୍ରାଧାନ୍ୟ ଦେଇ ପଡିଆକୁ ଓହ୍ଲେଇବାକୁ ଥିବା ବେଳେ ଦଳର ଆର. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଓ ଅମିତ ମିଶ୍ରା ମୁଖ୍ୟ ଭୂମିକା ନିଭାଇବା ଆଶା କରାଯାଉଛି। ଭାରତ ୬ ଜଣ ବ୍ୟାଟ୍ସମ୍ୟାନ, ୩ ସ୍ପିନର ଓ ଜଣେ ଫାଷ୍ଟ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲେଇବା ଆଶା କରାଯାଉଛି।

ଏହା ସହ ଦ.ଆଫ୍ରିକା ମଧ୍ୟ ଦିଲ୍ଲୀ ଟେଷ୍ଟକୁ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ଏଡେଇବା ପାଇଁ ବ୍ୟାଟିଂଲାଇନକୁ ଦୃଢ କରି ପଡିଆକୁ ଓହ୍ଲେଇବ ଦ.ଆଫ୍ରିକା। ବିଶେଷ କରି ଅଶ୍ୱିନଙ୍କୁ ଦୃଷ୍ଟିରେ ରଖି ଦଳ ରଣନୀତି ପ୍ରସ୍ତୁତ କରଥିବ।  ଦଳ ୭ ବ୍ୟାଟ୍ସମ୍ୟାନ ଓ ୩ ବୋଲରଙ୍କୁ ନେଇ ଭାରତକୁ ସାମ୍ନା କରିବ।

Related story