ଆସନ୍ତାକାଲିଠାରୁ ଓଡ଼ିଶା-ବେଙ୍ଗଲ ରଣଜୀ ମୁକାବିଲା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫିର ସପ୍ତମ ମ୍ୟାଚରେ ଆସନ୍ତାକାଲି ଓଡ଼ିଶା ବେଙ୍ଗଲକୁ ଭେଟିବ। କୋଲକତାର କଲ୍ୟାଣୀସ୍ଥିତ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପଡିଆରେ ସକାଳ ୯ଟାରୁ ଏହି ମୁକାବିଲା ଆରମ୍ଭ ହେବ। ଉଭୟ ଦଳ ଏହି ମ୍ୟାଚ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛନ୍ତି। କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ଅଧିନାୟକ ନଟରାଜ ବେହେରାଙ୍କ ଦ୍ୱିଶତକ ବଳରେ ବିଶାଳ ରନ ଛିଡା କରିଥିଲା। ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦଳ କର୍ଣ୍ଣାଟକ ଦଳ ଉପରେ ଆଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ […]

Bengal vs Odisha

Rakesh Mallick
  • Published: Sunday, 22 November 2015
  • , Updated: 24 November 2015, 12:21 PM IST

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫିର ସପ୍ତମ ମ୍ୟାଚରେ ଆସନ୍ତାକାଲି ଓଡ଼ିଶା ବେଙ୍ଗଲକୁ ଭେଟିବ। କୋଲକତାର କଲ୍ୟାଣୀସ୍ଥିତ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପଡିଆରେ ସକାଳ ୯ଟାରୁ ଏହି ମୁକାବିଲା ଆରମ୍ଭ ହେବ। ଉଭୟ ଦଳ ଏହି ମ୍ୟାଚ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛନ୍ତି। କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ଅଧିନାୟକ ନଟରାଜ ବେହେରାଙ୍କ ଦ୍ୱିଶତକ ବଳରେ ବିଶାଳ ରନ ଛିଡା କରିଥିଲା। ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦଳ କର୍ଣ୍ଣାଟକ ଦଳ ଉପରେ ଆଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ ପରେ ଓଡ଼ିଶା ଖେଳାଳିଙ୍କ ମନୋବଳ ଊର୍ଦ୍ଧ୍ୱରେ ରହିଛି। ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ଉପରେ ଆଙ୍କୁଶ ଲଗାଇବାକୁ ବେଙ୍ଗଲ ଦଳ ସ୍ପିନକୁ ପ୍ରାଧାନ୍ୟ ଦେବା ଆଶା କରାଯାଉଛି। ସେପଟେ ବେଙ୍ଗଲର ବୋଲିଂ ଲାଇନ୍ ଅପକୁ ମୁକାବିଲା ଲାଗି ଓଡ଼ିଶା ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।

ଗ୍ରୁପ-ଏରେ ଥିବା ଓଡ଼ିଶା ୬ଟି ମ୍ୟାଚ ଖେଳି ଗୋଟିଏ ପରାଜୟ, ଗୋଟିଏ ବିଜୟୀ ଓ ୪ଟି ମ୍ୟାଚ ଡ୍ର ରଖି ୧୨ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ବେଙ୍ଗଲ ଦଳ ସମାନ ୬ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ଗୋଟିଏ ପରାଜିତ ଓ ୪ଟି ମ୍ୟାଚ ଡ୍ର ରଖି ୧୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।

ଓଡ଼ିଶାର ସାମ୍ଭାବ୍ୟ ଦଳ: ନଟରାଜ ବେହେରା (ଅଧିନାୟକ), ଗୋବିନ୍ଦ ପୋଦ୍ଦାର, ବସନ୍ତ ମହାନ୍ତି, ଅନୁରାଗ ଷଡଙ୍ଗୀ, ଦୀପକ୍ ବେହେରା, ଧୀରଜ ସିଂ, ଗିରିଜା ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରତୀକ ଦାସ, ରଞ୍ଜିତ ସିଂ ଓ ହଳଧର ଦାସ।

ବେଙ୍ଗଲର ସାମ୍ଭବ୍ୟ ଦଳ: ଅମୀର ଗାନୀ, ଏ.ଆର. ଈଶ୍ୱରନ୍, ସୁଦୀପ ଚାଟାର୍ଜୀ, ମନୋଜ ତିୱାରୀ (ଅଧିନାୟକ), ଅଶୋକ ଦିଣ୍ଡା, ପ୍ରଜ୍ଞାନ୍ ଓଝା, ଶେୟାନ୍ ଶେଖର ମଣ୍ଡଳ, ଏସ. ଗୋସ୍ୱାମୀ, ବୀରପ୍ରତାପ ସିଂ, ମୁକେଶ କୁମାର ଓ ପଙ୍କଜ କୁମାର ସା।

Related story