ଆସନ୍ତାକାଲିଠୁ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍‌

ପୁନେ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍। ଆସନ୍ତାକାଲି ପ୍ରଥମ ମ୍ୟାଚ୍‌ଟି ପୁନେର ଏମସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ। ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ୩-୦ରେ ଜିତିଥିବାରୁ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂ ଉପରେ ଧ୍ୟାନ ଦେବ ଦଳ।  ଘରୋଇ ପିଚ୍ ଭାରତୀୟ ଦଳ ପାଇଁ ଏକ ପ୍ଲସ୍ ପଏଣ୍ଟ୍ ହେବ।  ଅନ୍ୟପକ୍ଷରେ  […]

India-vs-Sri-Lanka-2nd-T20

Rakesh Mallick
  • Published: Monday, 08 February 2016
  • , Updated: 09 February 2016, 02:52 AM IST

ପୁନେ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍। ଆସନ୍ତାକାଲି ପ୍ରଥମ ମ୍ୟାଚ୍‌ଟି ପୁନେର ଏମସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ।

ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ୩-୦ରେ ଜିତିଥିବାରୁ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଉଭୟ ବ୍ୟାଟିଂ ଓ ବୋଲିଂ ଉପରେ ଧ୍ୟାନ ଦେବ ଦଳ।  ଘରୋଇ ପିଚ୍ ଭାରତୀୟ ଦଳ ପାଇଁ ଏକ ପ୍ଲସ୍ ପଏଣ୍ଟ୍ ହେବ।  ଅନ୍ୟପକ୍ଷରେ  ଶ୍ରୀଲଙ୍କା ମଧ୍ୟ ସମସ୍ତ ପ୍ରସ୍ତୁତି କରି ପଡ଼ିଆକୁ ଓହ୍ଲାଇବ।

ଭାରତର ସମ୍ଭାବ୍ୟ ଦଳ:  ଏମ୍ଏସ୍ ଧୋନି(ଅଧିନାୟକ), ଯୁବରାଜ ସିଂହ, ରୋହିତ ଶର୍ମା, ଶିଖର ଧାୱନ, ଆଜିଙ୍କ୍ୟ ରାହାଣେ, ମନୀଷ ପାଣ୍ଡେ, ସୁରେଶ ରାଇନା, ରବିଚନ୍ଦ୍ରନ ଅଶ୍ୱିନ, ଜଶପ୍ରୀତ ବୁମରା, ହରଭଜନ ସିଂହ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ପବନ ନେଗୀ, ଆଶିଷ ନେହରା, ହାର୍ଦ୍ଦିକ ପାଣ୍ଡ୍ୟା

ଶ୍ରୀଲଙ୍କାର ସମ୍ଭାବ୍ୟ ଦଳ: ଦୀନେଶ ଚାଣ୍ଡିମଲ (ଅଧିନାୟକ), ଦୁଃଶମନ୍ତ ଚାମୀରା, ନିରୋଶାନ୍ ଡିକ୍ ୱେଲା, ତିଲକରତ୍ନେ ଦିଲଶାନ୍, ବିନୁରା ଫର୍ଣ୍ଣାଡୋ, ଦିଲାରା ଫର୍ଣ୍ଣାଡୋ, ଆଜେଲ୍ ଗୁଣରତ୍ନେ, ଡି. ଗୁଣତିଲକ, କାସୁନ ରଜିଥା, ସଚିତ୍ରା ସେନାନାୟକେ, ଡି, ଶନାକା, ମିଲିନ୍ଦ ସିରିୱର୍ଦନା ଓ ଜେଫରୀ ଭନ୍ଦେରସେ।

Related story