ଅଷ୍ଟ୍ରେଲିଆକୁ ଶକ୍ତ ଝଟକା, ସ୍ମିଥ୍ ତୃତୀୟ ଟେଷ୍ଟରୁ ବାଦ୍

ଲଣ୍ଡନ: ଚଳିତ ଆଶେସ୍ ସିରିଜରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଜବରଦସ୍ତ ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍ ଚଳିତ ସିରିଜର ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ବିପଜ୍ଜନକ ବାଉନ୍ସରରେ ସ୍ମିଥଙ୍କ ବେକରେ ଆଘାତ ଲାଗିଥିଲା। ସିରିଜର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଲିଡ୍ସରେ ଆରମ୍ଭ ହେବ। ବର୍ତ୍ତମାନ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ୨୨ ଅଗଷ୍ଟରୁ ହେଡିଙ୍ଗରେ ଖେଳାଯିବାକୁଥିବା ତୃତୀୟ ଟେଷ୍ଟରେ ସ୍ମିଥଙ୍କ ସ୍ଥାନରେ ମାର୍ନସ୍ […]

smith

Ranjit Kumar Jena
  • Published: Tuesday, 20 August 2019
  • , Updated: 20 August 2019, 07:47 PM IST

ଲଣ୍ଡନ: ଚଳିତ ଆଶେସ୍ ସିରିଜରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଜବରଦସ୍ତ ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍ ଚଳିତ ସିରିଜର ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ବିପଜ୍ଜନକ ବାଉନ୍ସରରେ ସ୍ମିଥଙ୍କ ବେକରେ ଆଘାତ ଲାଗିଥିଲା। ସିରିଜର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଲିଡ୍ସରେ ଆରମ୍ଭ ହେବ। ବର୍ତ୍ତମାନ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।

୨୨ ଅଗଷ୍ଟରୁ ହେଡିଙ୍ଗରେ ଖେଳାଯିବାକୁଥିବା ତୃତୀୟ ଟେଷ୍ଟରେ ସ୍ମିଥଙ୍କ ସ୍ଥାନରେ ମାର୍ନସ୍ ଲାବୁଶେନଙ୍କ ଅନ୍ତିମ ଏକାଦଶରେ ସୁଯୋଗ ମିଳିପାରେ। ଲାବୁଶେନ୍ ଲର୍ଡ୍ସ ଟେଷ୍ଟର ପଞ୍ଚମ ଦିବସରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ୫୯ ରନର ଇନିଂସ୍ ଖେଳିଥିଲେ।

ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିବସରେ ଆର୍ଚରଙ୍କ ଘଣ୍ଟା ପ୍ରତି ୧୪୮ ସ୍ପିଡର ଏକ ବଲ୍ ସ୍ମିଥଙ୍କ ବେକରେ ବାଜିଥିଲା ଏବଂ ଏହା ପରେ ସେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ୮୦ ରନରେ ବ୍ୟାଟିଂ କରୁଥିଲେ। ବଲ୍ ବାଜିବା ପରେ ତାଙ୍କ ପାଖକୁ ଇଂଲଣ୍ଡ ଖେଳାଳି ଦୌଡ଼ି ଆସିଥିଲେ। ଫିଜିଓ ଗ୍ରାଉଣ୍ଡକୁ ଆସିବା ପରେ ସ୍ମିଥଙ୍କୁ ବାହାରକୁ ନେଇଯାଇଥିଲେ। ତେବେ ପରେ ସ୍ମିଥ୍ ପୁଣିଥରେ ବ୍ୟାଟିଂ କରିବାକୁ ଆସି ୯୨ ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ। ତେବେ ଆହତ ଯୋଗୁ ସ୍ମିଥ୍ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିନଥିଲେ ଏବଂ ତାଙ୍କ ସ୍ଥାନରେ ଲାବୁଶେନଙ୍କୁ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ଟିମରେ ସାମିଲ୍ କରାଯାଇଥିଲା।

Related story