ଆଶେସ୍ ସିରିଜ୍: ସ୍ମିଥଙ୍କ ଆଉ ଏକ ରେକର୍ଡ ଶତକ

ଏଜବାଷ୍ଟନ୍: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଆଉ ଏକ ନୂଆ ରେକର୍ଡ କରିଛନ୍ତି। ସ୍ମିଥ୍ ଟେଷ୍ଟ କ୍ରିକେଟର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୨୫ତମ ଶତକ ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ମିଥ୍ ମାତ୍ର ୧୧୯ ଇନିଂସରେ ହିଁ ନିଜର ୨୫ତମ ଶତକ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି, ଯିଏ […]

smith

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 07:36 PM IST

ଏଜବାଷ୍ଟନ୍: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଆଉ ଏକ ନୂଆ ରେକର୍ଡ କରିଛନ୍ତି। ସ୍ମିଥ୍ ଟେଷ୍ଟ କ୍ରିକେଟର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୨୫ତମ ଶତକ ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ସ୍ମିଥ୍ ମାତ୍ର ୧୧୯ ଇନିଂସରେ ହିଁ ନିଜର ୨୫ତମ ଶତକ ପୂରଣ କରିଛନ୍ତି। ଏହି ମାମଲାରେ ସେ ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି, ଯିଏ ୧୨୭ ଇନିଂସରେ ୨୫ ଟେଷ୍ଟ ଶତକ ପୂରଣ କରିଥିଲେ। ଏହାସହ ସ୍ମିଥ୍ ପଞ୍ଚମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଶେସ୍ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି।

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ୧୩୦ ଇନିଂସରେ ୨୫ତମ ଟେଷ୍ଟ ଶତକ ପୂରଣ କରିଥିଲେ। ତେବେ ଏହି ମାମଲାରେ ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନ୍ ମାତ୍ର ୬୮ ଇନିଂସରେ ହିଁ ୨୫ତମ ଶତକ ମାରିଥିଲେ।

ସ୍ମିଥ୍ ବିଶ୍ୱର ଯୁଗ୍ମ ୨୦ତମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ସର୍ବାଧିକ ଶତକ ମାରିଛନ୍ତି। ଏହି ମାମଲାରେ ସେ ବିରାଟ୍ କୋହଲି ଓ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇଞ୍ଜାମାମ ଉଲ୍-ହକଙ୍କ ୨୫ତମ ଶତକର ସମକକ୍ଷ ହୋଇଛନ୍ତି। ସ୍ମିଥ୍ ମଧ୍ୟ ଆଶେସରେ ସର୍ବାଧିକ ଶତକ ମାରିବା ମାମଲାରେ ଅଷ୍ଟ୍ରେଲିଆର ଷ୍ଟିଭ୍ ୱ'ଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଉଭୟ ସ୍ମିଥ୍ ଓ ୱ' ୧୦ଟି ଶତକ ମାରିଛନ୍ତି। ଏହି ମାମଲାରେ ଡନ୍ ବ୍ରାଡମ୍ୟାନ୍ ୧୯ ଶତକ ସହ ପ୍ରଥମ ଏବଂ ଜ୍ୟାକ୍ ହବ୍ସ ୧୨ ଶତକ ସହ ଦ୍ୱିତୀୟରେ ଅଛନ୍ତି।

Related story