ଦର୍ଶକ ଚିଡ଼ାଇଲେ, ଏମିତି ଜବାବ ଦେଲେ ୱାର୍ଣ୍ଣର୍, ଦେଖନ୍ତୁ ଭିଡିଓ

ବର୍ମିଂହାମ୍: ଚଳିତ ଆଶେସ୍ ସିରିଜର ପ୍ରଥମ ଟେଷ୍ଟରେ ହିଁ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ଘରୋଇ ଦର୍ଶକ ଖୁବ୍ ଚିଡ଼ାଇଛନ୍ତି। ସ୍ମିଥ୍ ପ୍ରଥମ ଇନିଂସରେ ଶତକ ମାରି ଇଂଲିଶ ଦର୍ଶକଙ୍କୁ ମୁହଁ ବନ୍ଦ କରିଛନ୍ତି। ଏହା ମଧ୍ୟରେ ଶନିବାର ତୃତୀୟ ଦିବସରେ ବାଉଣ୍ଡ୍ରୀରେ ଫିଲ୍ଡିଂ କରୁଥିବା ବେଳେ ୱାର୍ଣ୍ଣରଙ୍କୁ ସ୍ଥାନୀୟ ଦର୍ଶକ ପୁଣିଥରେ ଚିଡ଼ାଇଥିଲେ।   View this post on Instagram   I LOVE HIM 😍 #Ashes […]

warner

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 06:34 PM IST

ବର୍ମିଂହାମ୍: ଚଳିତ ଆଶେସ୍ ସିରିଜର ପ୍ରଥମ ଟେଷ୍ଟରେ ହିଁ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ଘରୋଇ ଦର୍ଶକ ଖୁବ୍ ଚିଡ଼ାଇଛନ୍ତି। ସ୍ମିଥ୍ ପ୍ରଥମ ଇନିଂସରେ ଶତକ ମାରି ଇଂଲିଶ ଦର୍ଶକଙ୍କୁ ମୁହଁ ବନ୍ଦ କରିଛନ୍ତି। ଏହା ମଧ୍ୟରେ ଶନିବାର ତୃତୀୟ ଦିବସରେ ବାଉଣ୍ଡ୍ରୀରେ ଫିଲ୍ଡିଂ କରୁଥିବା ବେଳେ ୱାର୍ଣ୍ଣରଙ୍କୁ ସ୍ଥାନୀୟ ଦର୍ଶକ ପୁଣିଥରେ ଚିଡ଼ାଇଥିଲେ।

 

View this post on Instagram

 

I LOVE HIM 😍 #Ashes

A post shared by Aussie Aussie Aussie 🇦🇺🇦🇺 (@63notout.forever) on


କିଛି ଦର୍ଶକ ମଧ୍ୟ ତାଙ୍କୁ ସାଣ୍ଡ୍ ପେପର୍ (ବାଲି କାଗଜ) କହି ଚିଡ଼ାଇଥିଲେ। ଏତେସବୁ ଶୁଣିବା ପରେ ବି ୱାର୍ଣ୍ଣର ଟିକେ ରାଗିନଥିଲେ। ୱାର୍ଣ୍ଣର୍ ପ୍ରଥମେ ହସିଥିଲେ ଏବଂ ନିଜ ପ୍ୟାଣ୍ଟର ଦୁଇ ପକେଟ୍ ବାହାର କରି ଦର୍ଶକଙ୍କୁ ଦେଖାଇଥିଲେ। ସେ ପ୍ରଶଂସକଙ୍କ ଆଡ଼କୁ ନିଜ ଖାଲି ପକେଟ୍ ଦେଖାଇ ଲଗାତାର ହସିଥିଲେ। ଏହା ପରେ ପ୍ରଶଂସକ ମଧ୍ୟ ତାଙ୍କର ଅଭିବାଦନ କରିଥିଲେ ଏବଂ କରତାଳି ମାରିଥିଲେ।

ଏହା ପୂର୍ବରୁ ୱାର୍ଣ୍ଣର୍ ପ୍ରଥମ ଇନିଂସରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରୁଥିବା ବେଳେ କିଛି ଦର୍ଶକ ତାଙ୍କୁ ସାଣ୍ଡ୍ ପେପର୍ ଦେଖାଇଥିଲେ। ଏହାର ଭିଡିଓ ଇଂଲଣ୍ଡ କ୍ରିକେଟ୍ ତା'ର ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଥିଲା। ପ୍ରଥମ ଇନିଂସ୍ ଭଳି ୱାର୍ଣ୍ଣର୍ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂରେ ନିରାଶ କରିଥିଲେ। ସେ ଉଭୟ ଇନିଂସରେ ଯଥାକ୍ରମେ ୨ ଓ ୮ ରନର ଇନିଂସ୍ ଖେଳିଥିଲେ।

Related story