କ୍ୟାଚ୍‌ ଛାଡିବାରୁ ନିର୍ଦ୍ଧୁମ ଗାଳି ଶୁଣିଥିଲେ ଧୋନି: ଚୁପ୍‌ଚାପ୍‌ ସହିବାକୁ ବାଧ୍ୟ ହୋଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧ନଭେମ୍ବରକୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ହେବ ଆଶିଷ ନେହେରାଙ୍କ ଜୀବନର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ ପରେ ସେ କ୍ରିକେଟ୍‌ରୁ ସନ୍ୟାସ୍‌ ନେବାକୁ ଘୋଷଣା କରିଛନ୍ତି। ୧୯୯୯ରେ କ୍ୟାରିୟର ଆରମ୍ଭ କରିଥିବା ନେହେରା ଏପର୍ଯ୍ୟନ୍ତ ୧୭ ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୬ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିସାରିଛନ୍ତି। ୧୮ ବର୍ଷ କ୍ୟାରିୟରେ ନେହେରା ତାଙ୍କ ବୋଲିଂ ଯାଦୁରେ ଅନେକ ଥର ଭାରତକୁ ବିଜୟୀ କରାଇଛନ୍ତି। କ୍ରିକେଟ୍‌ ପଡିଆରେ ତାଙ୍କ […]

hqdefault

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 04:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧ନଭେମ୍ବରକୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ହେବ ଆଶିଷ ନେହେରାଙ୍କ ଜୀବନର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ ପରେ ସେ କ୍ରିକେଟ୍‌ରୁ ସନ୍ୟାସ୍‌ ନେବାକୁ ଘୋଷଣା କରିଛନ୍ତି। ୧୯୯୯ରେ କ୍ୟାରିୟର ଆରମ୍ଭ କରିଥିବା ନେହେରା ଏପର୍ଯ୍ୟନ୍ତ ୧୭ ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୬ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିସାରିଛନ୍ତି। ୧୮ ବର୍ଷ କ୍ୟାରିୟରେ ନେହେରା ତାଙ୍କ ବୋଲିଂ ଯାଦୁରେ ଅନେକ ଥର ଭାରତକୁ ବିଜୟୀ କରାଇଛନ୍ତି। କ୍ରିକେଟ୍‌ ପଡିଆରେ ତାଙ୍କ ରାଗ ପାଇଁ ମଧ୍ୟ ସେ ଅନେକ ଥର ଚର୍ଚ୍ଚାରେ ରହିଥାନ୍ତି। ନେହେରାଙ୍କ ରାଗର ଶିକାର ଧୋନୀ ମଧ୍ୟ ଅନେକ ଥର ହୋଇଛନ୍ତି।

୧୨ ଏପ୍ରିଲ ୨୦୦୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅହମଦାବାଦ ଠରେ ଏକ ଦିନିକିଆ ମ୍ୟାଚ୍‌ରେ ନେହେରା ଧୋନିଙ୍କୁ ପାଡିଆ ମଧ୍ୟରେ ଗାଳି କରିଥିଲେ। ଏବଂ ଏହି ଗାଳିକୁ ଧୋନି ଚୁପଚାପ ଶୁଣିଥିଲେ। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୧୫ ରନର ଏକ ବିଶାଳ ସ୍କୋର କରିଥିଲା। ଯେଉଁଥିରେ ତେନ୍ଦୁଲକର ୧୨୩ ରନର ଏକ ଶତକୀୟ ପାଳି ଖେଳିଥିଲେ। ଏହାର ଜବାରରେ ପାକିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ପାକିସ୍ତାନ ଇଂନିସର ୪ର୍ଥ ଓଭରରେ ଆଫ୍ରିଦିଙ୍କ କ୍ୟାଚ ଧିରିପାରି ନ ଥିଲେ ଧୋନି। ଏବଂ ଏହି ଓଭର ନେହେରା ବୋଲିଂ କରୁଥିଲେ। ଏହି ସମୟରେ ନେହେରା ଧୋନିଙ୍କୁ ଗାଳି କରିଥିଲେ, ହେଲେ ସେତେବେଳେ ନେହେରା ଜାଣିନଥିଲେ ଯେ ଆଗକୁ ଧୋନିଙ୍କ ଅଧିନାୟକତ୍ୱରେ ସେ କ୍ରିକେଟ୍‌ ଖେଳିବେ ବୋଲି।

 

Related story