ଭୁବନେଶ୍ୱର: ଚୀନର ଉହାନଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତ ପାଇଁ ସଫଲତା ଆଣିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ। ୨ଶହ ମିଟର ମହିଳା ଦୌଡ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ଶ୍ରାବଣୀ। ୨୩.୫୪ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ସେ ଏହି ସଫଳତା ପାଇଛନ୍ତି। ସିନିୟର ଆନ୍ତର୍ଜାତିକ କ୍ଷେତ୍ରରେ ଏହା ହେଉଛି ଶ୍ରାବଣୀ ନନ୍ଦଙ୍କ ପ୍ରଥମ ବ୍ୟକ୍ତିଗତ ମେଡାଲ। ଓଡ଼ିଶା ଅଲିମ୍ପିକସ ଆସୋସିଏସନର ସମ୍ପାଦକ ଆଶିର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏହି ପୂର୍ପ୍ରବରୁ ଏହି ଚାମ୍ପିଅନସିପରେ ହେପ୍ଟାଥାଲାନରେ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା।