ଏସୀୟ ଆଥଲେଟିକ୍ ଚାମ୍ପିଅନସିପ୍: ୧୦୦ ମିଟର ଦୌଡ଼ ଫାଇନାଲରେ ଶ୍ରାବଣୀ

ଭୁବନେଶ୍ୱର: ଚୀନର ଉହାନ୍ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ୨୧ତମ ଏସୀୟ ଆଥଲେଟିକ୍ ଚାମ୍ପିଅନସିପ୍। ଆଉ ପ୍ରଥମ ଦିନରେ ଓଡ଼ିଶା ପାଇଁ ଏକ ଭଲ ଖବର ଆସିଛି। ୧୦୦ ମିଟର ମହିଳା ବର୍ଗ ଦୌଡ଼ର ଫାଇନାଲରେ ପହଞ୍ଚି ଯାଇଛନ୍ତି ଶ୍ରାବଣୀ ନନ୍ଦ। ସେ ୧୧.୬ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ଫାଇନାଲରେ ପହଞ୍ଚି ଯାଇଛନ୍ତି। ଫାଇନାଲରେ ତାଙ୍କୁ ଆହୁରି ୭ ଜଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ମୋଟ ୮ ଜଣ ଫାଇନାଲ ରାଉଣ୍ଡରେ […]

shrabanee

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 04:30 PM IST

ଭୁବନେଶ୍ୱର: ଚୀନର ଉହାନ୍ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ୨୧ତମ ଏସୀୟ ଆଥଲେଟିକ୍ ଚାମ୍ପିଅନସିପ୍। ଆଉ ପ୍ରଥମ ଦିନରେ ଓଡ଼ିଶା ପାଇଁ ଏକ ଭଲ ଖବର ଆସିଛି। ୧୦୦ ମିଟର ମହିଳା ବର୍ଗ ଦୌଡ଼ର ଫାଇନାଲରେ ପହଞ୍ଚି ଯାଇଛନ୍ତି ଶ୍ରାବଣୀ ନନ୍ଦ। ସେ ୧୧.୬ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ଫାଇନାଲରେ ପହଞ୍ଚି ଯାଇଛନ୍ତି। ଫାଇନାଲରେ ତାଙ୍କୁ ଆହୁରି ୭ ଜଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ମୋଟ ୮ ଜଣ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଚାମ୍ପିଅନସିପର ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶ୍ରାବଣୀ ମନୋନୀତ ହୋଇଯାଇଛନ୍ତି। ସେହିପରି ୪ଗୁଣା ୧୦୦ ଦୌଡ଼ (ପୁରୁଷ ଓ ମହିଳା) ଦଳରେ  ଓଡ଼ିଶାର ଅମୀୟ ମଲ୍ଲିକ   ଓ ଦୂତି ଚାନ୍ଦ ଭାଗ ନେବାକୁ ଯାଇଛନ୍ତି। ହେପଟାଥଲେଟରେ ପୂର୍ଣ୍ଣିମା ହେମ୍ବ୍ରମ୍ ଭାଗ ନେଇଛନ୍ତି।

Related story