ଭୁବନେଶ୍ୱର: ଜୁନ ୨୨ରୁ ୨୯ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଏସୀୟ ଗ୍ରାଁ ପ୍ରି ଆଥଲେଟିକ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ଅଂଶଗ୍ରହଣ କରିବାକୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଶ୍ରାବଣୀ ମହିଳା ୧୦୦ ମିଟର ଦୌଡ ସମେତ ୪ ଗୁଣ ୧୦୦ ମିଟର ରିଲେ ଦୌଡରେ ଅଂଶଗ୍ରହଣ କରିବେ। ଭାରତୀୟ ମହିଳା ରିଲେ ଦଳର ଅନ୍ୟ ସଦସ୍ୟମାନେ ହେଲେ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ, କର୍ଣ୍ଣାଟକର ଜିଏମ ପଦ୍ମିନୀ ଓ ମେଘନା ସେଟ୍ଟି ଏବଂ ତାମିଲନାଡୁର ଗାୟତ୍ରୀ ଓ ଅର୍ଚ୍ଚନା। ଅପରପକ୍ଷରେ ଅମୀୟ ପୁରୁଷ ୪ ଗୁଣ ୧୦୦ ମିଟର ରିଲେ ଦୌଡରେ ଅଂଶଗ୍ରହଣ କରିବେ। ତାଙ୍କ ସହିତ ପୁରୁଷ ରିଲେ ଦଳରେ ଅଛନ୍ତି ତାମିଲନାଡୁର ଏମ.ଅରୁମୁଗମ, ମଣିପୁରର ଜ୍ୟୋତିଶଙ୍କର ଦେବନାଥ ଓ ମହାରାଷ୍ଟ୍ରର କ୍ରିଷ୍ଣ କୁମାର ରାଣା। ଶନିବାର ଭାରତୀୟ ଦଳ ଦିଲ୍ଲୀରୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିପାରନ୍ତି।
ନିକଟରେ ଚୀନର ଉହାନଠାରେ ଶେଷ ହୋଇଥିବା ଏସିଆନ ଆଥଲେଟିକସ ଚାମ୍ପିୟନସିପର ୨ଶହ ମିଟର ଦୌଡ ଇଭେଣ୍ଟରେ ଶ୍ରାବଣୀ ବ୍ରୋଞ୍ଜ ପଦକ ଜିଣିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।