ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ: ହେପ୍ଟାଥାଲାନାରେ ପୂର୍ଣ୍ଣିମାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର:ଚୀନର ଉହାନ୍ ଠାରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପର ଆଜି ଦ୍ୱିତୀୟ ଦିନ। ଆଉ ଦ୍ୱିତୀୟ ଦିନରେ ଓଡିଶାର ୩ ଜଣ ଖେଳାଳିଙ୍କୁ ମିଳିଛି ସଫଳତା। ହେପ୍ଟାଥାଲାନାରେ ଓଡିଆ ଝିଅ ପୂର୍ଣ୍ଣିମା ହେମ୍ୱ୍ରମଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ସେହିପରି ମହିଳା ୪ ଗୁଣା ଶହେ ରିଲେ ରେସରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ଆଉ ଏହି ରିଲେ ଦଳରେ ସଦସ୍ୟ ଥିଲେ ଓଡିଶାର ଧାବିକା ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ । ସେହିପରି ୧୦୦ […]

purnima

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 12:30 PM IST

ଭୁବନେଶ୍ୱର:ଚୀନର ଉହାନ୍ ଠାରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପର ଆଜି ଦ୍ୱିତୀୟ ଦିନ। ଆଉ ଦ୍ୱିତୀୟ ଦିନରେ ଓଡିଶାର ୩ ଜଣ ଖେଳାଳିଙ୍କୁ ମିଳିଛି ସଫଳତା। ହେପ୍ଟାଥାଲାନାରେ ଓଡିଆ ଝିଅ ପୂର୍ଣ୍ଣିମା ହେମ୍ୱ୍ରମଙ୍କୁ ମିଳିଛି ବ୍ରୋଞ୍ଜ ପଦକ। ସେହିପରି ମହିଳା ୪ ଗୁଣା ଶହେ ରିଲେ ରେସରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ଆଉ ଏହି ରିଲେ ଦଳରେ ସଦସ୍ୟ ଥିଲେ ଓଡିଶାର ଧାବିକା ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ।

ସେହିପରି ୧୦୦ ମିଟର ଦୌଡ ମହିଳା ବର୍ଗରେ ଶ୍ରାବଣୀ ନନ୍ଦ ଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ହୋଇଥିବା ସେମିଫାଇନାଲରେ ଶ୍ରାବଣୀ ୧୦୦ ମିଟର ଦୂରତ୍ୱକୁ ୧୧.୫୯ ସେକେଣ୍ଡରେ ଅତିକ୍ରମ କରିଥିଲେ।

Related story