ଅଶ୍ୱିନ ୧ ନମ୍ବର, କୋହଲି ୩ ନମ୍ବର

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ବିରାଟ କୋହଲି ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ କୋହଲି ୧୫ତମ ସ୍ଥାନରେ ଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଖେଳା ସରିଥିବା ୩ଟି ଟେଷ୍ଟରେ ମୋଟ ୪୦୫ ରନ୍ କରି ସେ ଆଇସିସି ମାନ୍ୟତାର ୩ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି। କୋହଲି ଟି-ଟ୍ୱେଣ୍ଟିରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଦିନିକିଆରେ […]

asineekohil

Rakesh Mallick
  • Published: Wednesday, 30 November 2016
  • , Updated: 30 November 2016, 06:51 PM IST

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ବିରାଟ କୋହଲି ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ କୋହଲି ୧୫ତମ ସ୍ଥାନରେ ଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଖେଳା ସରିଥିବା ୩ଟି ଟେଷ୍ଟରେ ମୋଟ ୪୦୫ ରନ୍ କରି ସେ ଆଇସିସି ମାନ୍ୟତାର ୩ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି।

କୋହଲି ଟି-ଟ୍ୱେଣ୍ଟିରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଦିନିକିଆରେ ୨ ନମ୍ବର ସ୍ଥାନରେ ରହିଛନ୍ତି।

ଚେତେଶ୍ୱର ପୂଜାରା ସଦ୍ୟ ଟେଷ୍ଟ୍ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ୮ ନମ୍ବର ସ୍ଥାନରେ ଅଛନ୍ତି।

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ବୋଲର ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେହିଭଳି ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକରେ ବି ସେ ୧ ନମ୍ବର ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଟେଷ୍ଟ ବୋଲର ତାଲିକାର ସପ୍ତମ ସ୍ଥାନରେ ରହିଥିବା ବେଳେ ଅଲ୍‌ରାଉଣ୍ଡ୍ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

Related story