ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ନିରାଶ କଲେ ଅନୁ ରାଣୀ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ନିରାଶ କରିଛନ୍ତି ଭାରତର ଷ୍ଟାର ମହିଳା ଜାଭେଲିନ ଫିଙ୍ଗାଳି ଅନୁ ରାଣୀ। ସେ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ହାସଲ କରି ପାରି ନାହାନ୍ତି। ସେ ଫାଇନାଲ ରାଉଣ୍ଡରେ ୭ମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛନ୍ତି। ଫାଇନାଲ ରାଉଣ୍ଡରେ ଅନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୧.୧୨ ମିଟର ରହିଥିଲା। ତାଙ୍କ ଠାରୁ ଆଉ ୬ ଜଣ ଖେଳାଳି ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଥିବାରୁ ଅନୁ ପଦ ଦୌଡ଼ରୁ […]

annu

  • Published: Saturday, 23 July 2022
  • , Updated: 23 July 2022, 01:01 PM IST

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ନିରାଶ କରିଛନ୍ତି ଭାରତର ଷ୍ଟାର ମହିଳା ଜାଭେଲିନ ଫିଙ୍ଗାଳି ଅନୁ ରାଣୀ। ସେ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ହାସଲ କରି ପାରି ନାହାନ୍ତି। ସେ ଫାଇନାଲ ରାଉଣ୍ଡରେ ୭ମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛନ୍ତି। ଫାଇନାଲ ରାଉଣ୍ଡରେ ଅନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୧.୧୨ ମିଟର ରହିଥିଲା। ତାଙ୍କ ଠାରୁ ଆଉ ୬ ଜଣ ଖେଳାଳି ଅଧିକ ଦୂରତାକୁ ଜାଭେଲିନ ଫିଙ୍ଗିଥିବାରୁ ଅନୁ ପଦ ଦୌଡ଼ରୁ ବାଦ ପଡ଼ିଛନ୍ତି।

ଫାଇନାଲ ରାଉଣ୍ଡର ପ୍ରଥମ ପ୍ରୟାସରେ ଅନୁ ୫୬.୧୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗଥିଲେ। ହେଲେ ଦ୍ୱିତୀୟ ପ୍ରୟାସରେ ଏହାଠାରୁ ଅଧିକ ଅର୍ଥାତ ୬୧.୧୨ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ଥିଲେ। ଏହା ହିଁ ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଏହାପରେ ସେ ଆଉ ୪ଥର ଜାଭେଲିନ ଫିଙ୍ଗିଥିଲେ ମଧ୍ୟ ୬୧.୧୨ ମିଟର ଦୂରତାକୁ ଅତିକ୍ରମ କରି ପାରି ନଥିଲେ।

ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆର କେଲସେୟ ଲି ବାରବେର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୬୬.୯୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଏହି ସଫଳତା ପାଇଛନ୍ତି। କାର ୱିଙ୍ଗର ୬୪.୦୫ ମିଟର ସହ ରୌପ ପଦକ ଓ ଜାପାନର ହାରୁକା କିଟାଗିଚି ବ୍ରୋଞ୍ଜ ପଦକ ଜିତିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଜାଭେଲିନ ଥ୍ରୋ ଇଭେଣ୍ଟରେ ଏହା ଜାପାନର ପ୍ରଥମ ପଦକ। ୨୦୧୭ ଓ ୨୦୧୯ରେ ମଧ୍ୟ ଅନୁ ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ଜିତି ପାରି ନଥିଲେ।

ଅନ୍ୟପକ୍ଷରେ ପୁରୁଷ ଜାଭେଲିନ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଓ ରୋହିତ ଯାଦବ ରହିଛି। ଆସନ୍ତାକାଲି ଉଭୟ ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇବେ।

Related story