ଶ୍ରାବଣୀ ନନ୍ଦ ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟରେ ଚମକିଲେ ଓଡ଼ିଶାର ଆଥଲେଟ୍ ଶ୍ରାବଣୀ ନନ୍ଦ। ୪ ବର୍ଷ ପରେ ଟ୍ରାକକୁ ଫେରିଥିବା ଶ୍ରାବଣୀ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରାବଣୀ ୨୪.୦୪ ସେକଣ୍ଡରେ ଏହି ରେସ୍ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୦୦ ମିଟର ପୁରୁଷ ବିଭାଗରେ ଓଡ଼ିଶାର ଆର୍ଯ୍ୟନ ଏକ୍କା ରୌପ୍ୟ ପଦକ ଜିତିଥିବା ବେଳେ ଅମୀୟ ମଲ୍ଲିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। […]

shrabani

Jitendra Garnayak
  • Published: Sunday, 22 May 2022
  • , Updated: 22 May 2022, 10:25 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟରେ ଚମକିଲେ ଓଡ଼ିଶାର ଆଥଲେଟ୍ ଶ୍ରାବଣୀ ନନ୍ଦ। ୪ ବର୍ଷ ପରେ ଟ୍ରାକକୁ ଫେରିଥିବା ଶ୍ରାବଣୀ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରାବଣୀ ୨୪.୦୪ ସେକଣ୍ଡରେ ଏହି ରେସ୍ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନ ହାସଲ କରିଥିଲେ।

ଅନ୍ୟପକ୍ଷରେ ୨୦୦ ମିଟର ପୁରୁଷ ବିଭାଗରେ ଓଡ଼ିଶାର ଆର୍ଯ୍ୟନ ଏକ୍କା ରୌପ୍ୟ ପଦକ ଜିତିଥିବା ବେଳେ ଅମୀୟ ମଲ୍ଲିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମାନଜନକ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ୧୭ଟି ବିଭାଗରେ ପ୍ରତିଯୋଗିତା ହେଉଛି। ଏଥର ଓଡ଼ିଶାରୁ ୧୦ଜଣ ଆଥଲେଟଙ୍କ ସହ ଭାରତର ୧୧୬ଜଣ ବଛା ବଛା ଆଥଲେଟ୍ ଭାଗ ନେଇଛନ୍ତି।

ଇଣ୍ଡିଆନ୍‌ ଗ୍ରାଁ ପ୍ରି ପ୍ରଦର୍ଶନ ଆଧାରରେ ଆଗାମୀ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଖେଳାଳି ଚୟନ କରାଯିବ। ଏଥିସହ ଆମେରିକାରେ ହେବାକୁ ଥିବା ୱାର୍ଲଡ୍‌ ଚାମ୍ପିଅନଶିପ୍ ପାଇଁ ମଧ୍ୟ ଖେଳାଳି ଚୟନ କରାଯିବ।

Related story