ପଦକ ଦିଗରେ ସତୀଶ, କ୍ୱାର୍ଟରରେ ପହଞ୍ଚିଲେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂରେ ପଦକ ଆଶା ଦେଇଛନ୍ତି ୩୨ ବର୍ଷୀୟ ସତୀଶ କୁମାର। ବକ୍ସଂ ସୁପର ହେଭି (+୯୧ କେଜି) ବର୍ଗରେ ସେ ଆଜି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ପଦକ ଠାରୁ ଆଉ ଗୋଟିଏ ପାଦ ପଛରେ ଅଛନ୍ତି। ରାଉଣ୍ଡ ୧୬ର ଏକ ମ୍ୟାଚ୍‌ରେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସତୀଶ। ଉଭୟ ସତୀଶ ଓ ରିକାର୍ଡୋଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ। […]

Satish Kumar

Jitendra Garnayak
  • Published: Thursday, 29 July 2021
  • , Updated: 29 July 2021, 10:17 AM IST

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବକ୍ସିଂରେ ପଦକ ଆଶା ଦେଇଛନ୍ତି ୩୨ ବର୍ଷୀୟ ସତୀଶ କୁମାର। ବକ୍ସଂ ସୁପର ହେଭି (+୯୧ କେଜି) ବର୍ଗରେ ସେ ଆଜି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ପଦକ ଠାରୁ ଆଉ ଗୋଟିଏ ପାଦ ପଛରେ ଅଛନ୍ତି।

ରାଉଣ୍ଡ ୧୬ର ଏକ ମ୍ୟାଚ୍‌ରେ ଜାମାଇକାର ରିକାର୍ଡୋ ବ୍ରାଉନ୍‌ଙ୍କୁ ୪-୧ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ସତୀଶ।

ଉଭୟ ସତୀଶ ଓ ରିକାର୍ଡୋଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ। ଏହି ପ୍ରତିଯୋଗିତାରେ ରିକାର୍ଡୋଙ୍କ ଦୁର୍ବଳ ଫୁଟ୍‌ୱାର୍କର ଫାଇଦା ନେଇଥିଲେ ସତୀଶ। ରିକାର୍ଡୋଙ୍କ ପ୍ରତିଟି ଆକ୍ରମଣକୁ ବେଶ୍‌ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିଥିଲେ ସତୀଶ।

୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ପାଇଁ ସତୀଶ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ସେ ଅଳ୍ପକେ ରିଓ ଅଲିମ୍ପିକ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଏସିଆନ୍ ଅଲିମ୍ପିକ୍ସ କ୍ୱାଲିଫାୟରର୍ସରେ ବ୍ରୋଞ୍ଜ ପଦକ ଜିତି ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍ ପାଇଥିଲେ।

ସେହିଭଳି ୧୯୯୬ ପରଠୁ ଜାମାଇକାରୁ କୌଣସି ବକ୍ସର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ନଥିବା ବେଳେ ଏଥର ୩୧ ବର୍ଷୀୟ ରିକାର୍ଡୋ ଏହି ସଫଳତା ହାସଲ କରିଥିଲେ।

ସୂଚନାଯୋଗ୍ୟ, ଆଜି ଭାରତକୁ ଆଉ ଦୁଇଟି ଖୁସି ଖବର ମଧ୍ୟ ମିଳିଛି। ଭାରତୀୟ ପୁରୁଷ ହକି ଟିମ୍ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ଦଳ ରିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ ଗୋଲ୍‌ରେ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛି। ସେହିପରି ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ତୀରନ୍ଦାଜରେ ଅତନୁ ଦାସ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।

Related story