ଗୋଲ୍‌ଡେନ୍‌ ବୟ ନୀରଜ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍‌ଡେନ୍‌ ବୟ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ନୀରଜ ଜିତିଛନ୍ତି ରୌପ୍ୟ ପଦକ। ସେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହା ପୂର୍ବରୁ ଅଞ୍ଜୁ ବବି ଜର୍ଜଙ୍କୁ ଏହି ସଫଳତା ମିଳିଥିଲା। ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ସେ ଲଙ୍ଗ୍ ଜମ୍ପରେ ପଦକ ହାସଲ କରିଥିଲେ। […]

neeraj

Madhupriya Mistry
  • Published: Sunday, 24 July 2022
  • , Updated: 24 July 2022, 03:53 PM IST

ନୂଆଦିଲ୍ଲୀ: ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍‌ଡେନ୍‌ ବୟ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ନୀରଜ ଜିତିଛନ୍ତି ରୌପ୍ୟ ପଦକ। ସେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି।

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହା ପୂର୍ବରୁ ଅଞ୍ଜୁ ବବି ଜର୍ଜଙ୍କୁ ଏହି ସଫଳତା ମିଳିଥିଲା। ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ସେ ଲଙ୍ଗ୍ ଜମ୍ପରେ ପଦକ ହାସଲ କରିଥିଲେ। ଅଞ୍ଜୁ ବବି ଜର୍ଜ ବ୍ରୋଞ୍ଜ ପଦକ ପାଇଥିବା ବେଳେ ନୀରଜ ରୌପ୍ୟ ପଦକ ପାଇଛନ୍ତି।

[caption id="attachment_751409" align="aligncenter" width="650"] ସ୍ୱର୍ଣ୍ଣ ପଦକ ବିଜେତା ଆଣ୍ତେରସନ ପିଟରର୍ସ (ମଝି) ଓ ବ୍ରୋଞ୍ଜ ପଦକ ବିଜେଜା Jakub Vadlejch (ଡାହାଣ) ଙ୍କ ସହିତ ନୀରଜ ଚୋପ୍ରା।[/caption]

ଆଜି ଫାଇନାଲ୍‌ରେ ନୀରଜ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରେନେଡାର ଆଣ୍ତେରସନ ପିଟରର୍ସ ପୁଣି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୯୦.୪୬ ମିଟର ଜାଭଲିନ ଫିଙ୍ଗି ସେ ଗୋଲ୍ଡ ମେଡାଲ ଜିତିଛନ୍ତି। ଅନ୍ୟପକ୍ଷରେ ଚେକ୍ ରିପବ୍ଲିକ୍‌ର Jakub Vadlejch ବ୍ରୋଞ୍ଜ ପଦକ ଜିତିଛନ୍ତି।

୨୪ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ସେ ଇତିହାସ ରଚିଥିଲେ। ସେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଜିତିଥିଲେ। ଆଉ  ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି।

https://twitter.com/ianuragthakur/status/1551057651353628672?s=20&t=7-laWi6C2ATk4M_MldxPHA

 

Related story