ସ୍କ୍ୱାଶ୍‌: ସେମିରେ ଭାରତର ସୌରଭ, ହାରିଲେ ଜ୍ୟୋତ୍ସ୍ନା ଚିନ୍ନାପ୍ପା

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍କ୍ୱାଶରୁ ଭାରତକୁ ମିଳିଛି ମିଶ୍ରତ ରେଜଲ୍ଟ। ପୁରୁଷ ଏକକ ବର୍ଗରେ ଭାରତ ସୌରଭ ଘୋଷାଲ ସେମିରେ ପ୍ରବେଶ କରିଥିବା ବେଳେ ମହିଳା ବର୍ଗରେ ଜ୍ୟୋତ୍ସ୍ନା ଚିନ୍ନାପ୍ପା ନିରାଶ କରିଛନ୍ତି। ଜ୍ୟୋତ୍ସ୍ନା କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି। ହେଲେ ସୌରଭ ସେମିରେ ପ୍ରବେଶ କରି ଭାରତର ପଦକ ଆଶା ଉଜ୍ଜବୀତ ରଖିଛନ୍ତି। ଆଜି କ୍ୱାର୍ଟର ଫାଇନାଲରେ ସୌରଭଙ୍କ ମୁକାବିଲାରେ ସ୍କଟଲ୍ୟାଣ୍ଡର ୧ ନଂ ଖେଳାଳି ଗ୍ରେଗ ଲୋବ୍ବାନଙ୍କ ସହ […]

sourav

  • Published: Monday, 01 August 2022
  • , Updated: 01 August 2022, 09:26 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍କ୍ୱାଶରୁ ଭାରତକୁ ମିଳିଛି ମିଶ୍ରତ ରେଜଲ୍ଟ। ପୁରୁଷ ଏକକ ବର୍ଗରେ ଭାରତ ସୌରଭ ଘୋଷାଲ ସେମିରେ ପ୍ରବେଶ କରିଥିବା ବେଳେ ମହିଳା ବର୍ଗରେ ଜ୍ୟୋତ୍ସ୍ନା ଚିନ୍ନାପ୍ପା ନିରାଶ କରିଛନ୍ତି। ଜ୍ୟୋତ୍ସ୍ନା କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି। ହେଲେ ସୌରଭ ସେମିରେ ପ୍ରବେଶ କରି ଭାରତର ପଦକ ଆଶା ଉଜ୍ଜବୀତ ରଖିଛନ୍ତି।

ଆଜି କ୍ୱାର୍ଟର ଫାଇନାଲରେ ସୌରଭଙ୍କ ମୁକାବିଲାରେ ସ୍କଟଲ୍ୟାଣ୍ଡର ୧ ନଂ ଖେଳାଳି ଗ୍ରେଗ ଲୋବ୍ବାନଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସୌରଭ ୩-୧ରେ ଜିତି ସେମିରେ ପ୍ରବେଶ କରିଛନ୍ତି। ତେବେ ଲୋବ୍ବାନ ମ୍ୟାଚ୍‌ରେ ସୌରଭଙ୍କୁ କଡ଼ା ଟକ୍କର ଦେଇଥିଲେ। ସୌରଭ ମଧ୍ୟ ଜବାବ ଦେବାରେ କୌଣସି ଅବହେଳା କରି ନଥିଲେ।

ପ୍ରଥମ ସେଟକୁ ସେ ୧୧-୫ରେ ଜିତିଥିବା ବେଳେ ଦ୍ୱିତୀୟ ସେଟକୁ ୮-୧୧ରେ ହାରି ଯାଇଥିଲେ। କିନ୍ତୁ ତୃତୀୟ ସେଟରେ ସେ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ ୧୧-୭ରେ ଜିଜି ସ୍ଥିତିକୁ ୨-୧ କରି ଦେଇଥିଲେ। ୪ର୍ଥ ସେଟରେ ମଧ୍ୟ ସୌରଭ ତାଙ୍କର ଜଲୱା ଦେଖାଇଥିଲେ। ସେ ଏହି ସେଟକୁ ୧୧-୩ରେ ଜିତି ସେମି ଟିକେଟ ହାତେଇଥିଲେ। ଏବେ ସେମିରେ ତାଙ୍କର ମୁକାବିଲା ନ୍ୟୁଜିଲ୍ୟାଣ୍ଡର ପଲ କୋଲଙ୍କ ସହ ହେବ।

ସୌରଭଙ୍କ ପୂର୍ବରୁ ଜ୍ୟୋତ୍ସ୍ନା ତାଙ୍କ କ୍ୱାର୍ଟର ଫାଇନାଲରେ କାନାଡାର ହୋଲ୍ଲେ ନୌଘଟନଙ୍କ ଠାରୁ ୩-୦ରେ ପରାସ୍ତ ହୋଇଥିଲେ।

Related story