ନୂଆଦିଲ୍ଲୀ: ରେକର୍ଡ ବୁକରେ ଭାରତୀୟ ଆଥଲେଟ ମୁରଲୀ ଶ୍ରୀଶଙ୍କର। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପ ଲଙ୍ଗ ଜମ୍ପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ମୁରଲୀଙ୍କ ବ୍ୟତୀତ ଚାମ୍ପିୟନଶିପର ମେଡାଲ ଦୌଡ଼ରେ ଭାରତର ଅନ୍ୟତମ ଆଥଲେଟ ଅବିନାଶ ସାବଲେ ମଧ୍ୟ ରହିଛନ୍ତି।
ମୁରଲୀ ଲଙ୍ଗ ଜମ୍ପ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇ ଥିବା ବେଳେ ଅବିନାଶ ୩୦୦୦ମିଟର ଷ୍ଟେପଲଚେଜର ଶେଷ ରାଉଣ୍ଡରେ ପହଞ୍ଚିଛନ୍ତି।
ଅନ୍ୟପକ୍ଷରେ ଭାରତର ଆର୍ମି ମ୍ୟାନ ଅବିନାଶ ମଧ୍ୟ ପଦ ଦୌଡ଼ରେ ରହିଛନ୍ତି। ସେ ୩୦୦୦ ମିଟର ଷ୍ଟେପଲଚେଜର ମେଡାଲ ଇଭେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ତାଙ୍କ ହିଟ୍ସକୁ ୮.୧୮.୭୫ ଶେଷ କରି ତୃତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଥିବାରୁ ସେ ସିଧାସଳଖ ମେଡାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।
𝗤𝘂𝗮𝗹𝗶𝗳𝗶𝗰𝗮𝘁𝗶𝗼𝗻 𝗳𝗼𝗿 𝗙𝗜𝗡𝗔𝗟 ✅
Avinash Sable of 🇮🇳 clocks 8:18.75 in the men's 3000m steeplechase to finish third in his heats and grab a direct qualification for the medal race.#WCHOregon22 pic.twitter.com/1phnfYG61O
— Olympic Khel (@OlympicKhel) July 16, 2022