ଏଟିପି ମାନ୍ୟତା; ସପ୍ତମ ସ୍ଥାନକୁ ଖସିଲେ ନାଦାଲ

ନୂଆଦିଲ୍ଲୀ: ଏଟିପି ମାନ୍ୟତା ତାଲିକାରେ ତିନିଟି ସ୍ଥାନକୁ ଖସି ଯାଇଛନ୍ତି ରାଫେଲ ନାଦାଲ। ତିନିଟି ସ୍ଥାନ ଖସି ସେ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ଆଉ ଏହା ସହିତ ଗତ ୧୦ ବର୍ଷରେ ତାଙ୍କର ସ୍ଥାନ ଏଟିପି ମାନ୍ୟତା ତାଲିକାରେ ଏତେ ତଳକୁ ଖସିବା ପ୍ରଥମ ଘଟଣା। ଗତକାଲି ରାଫେଲ ନାଦାଲ ମାରଦିଦ ଓପନର ଫାଇନାଲରେ ଆଣ୍ଡି ମୁରେଙ୍କଠାରୁ ପରାସ୍ତ ହେବା ପରେ ଆଜି ପ୍ରକାଶିତ ଏଟିପି ମାନ୍ୟତା ତାଲିକାରେ ତାଙ୍କୁ ସପ୍ତମ ସ୍ଥାନରେ ରଖାଯାଇଛି। ଅନ୍ୟପକ୍ଷରେ […]

nadal

Rakesh Mallick
  • Published: Monday, 11 May 2015
  • , Updated: 11 May 2015, 02:20 PM IST

ନୂଆଦିଲ୍ଲୀ: ଏଟିପି ମାନ୍ୟତା ତାଲିକାରେ ତିନିଟି ସ୍ଥାନକୁ ଖସି ଯାଇଛନ୍ତି ରାଫେଲ ନାଦାଲ। ତିନିଟି ସ୍ଥାନ ଖସି ସେ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ଆଉ ଏହା ସହିତ ଗତ ୧୦ ବର୍ଷରେ ତାଙ୍କର ସ୍ଥାନ ଏଟିପି ମାନ୍ୟତା ତାଲିକାରେ ଏତେ ତଳକୁ ଖସିବା ପ୍ରଥମ ଘଟଣା। ଗତକାଲି ରାଫେଲ ନାଦାଲ ମାରଦିଦ ଓପନର ଫାଇନାଲରେ ଆଣ୍ଡି ମୁରେଙ୍କଠାରୁ ପରାସ୍ତ ହେବା ପରେ ଆଜି ପ୍ରକାଶିତ ଏଟିପି ମାନ୍ୟତା ତାଲିକାରେ ତାଙ୍କୁ ସପ୍ତମ ସ୍ଥାନରେ ରଖାଯାଇଛି। ଅନ୍ୟପକ୍ଷରେ ଗତକାଲି ନାଦାଲଙ୍କୁ ପରାସ୍ତ କରିଥିବା ମୁରେ ମାନ୍ୟତା ତାଲିକାର ତୃତୀୟରେ ରହିଛନ୍ତି।

ପ୍ରଥମ ସ୍ଥାନରେ ସର୍ବିଆର ନୋଭାକ ଜୋକଭିକ୍ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରୋଜର ଫେଡେରର୍।

Related story