ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ଙ୍କ ହେଲମେଟ ଭାଙ୍ଗିଲା ଅସିଙ୍କ ବାଉନ୍‌ସର

ଡମ୍ବୁଲା: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଏଞ୍ଜେଲୋ ମାଥ୍ୟୁସ୍‌ ଏକ ବାଉନ୍‌ସରରୁ ଅଳ୍ପକେ ବଞ୍ଚିଯାଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଅସିଙ୍କ ବାଉନ୍‌ସରରେ ମାଥ୍ୟୁସ୍‌ଙ୍କ ହେଲମେଟ୍‌ ଭାଙ୍ଗିଯାଇଛି।  ବଲ୍‌ଟି ସ୍ପିଡ୍‌ରେ ହେଲମେଟ୍‌ର ତଳ ଭାଗ(ବେକର ସାମନ୍ୟ ଉପରେ)ବାଜିଥିଲା। ସୌଭାଗ୍ୟକୁ ଏଥିରେ ତାଙ୍କର କିଛି କ୍ଷତି ହୋଇନାହିଁ। ମାଥ୍ୟୁସ୍‌ଙ୍କ ହେଲମେଟ୍‌ରେ ବଲ୍‌ ବାଜିବା ପରେ ଖେଳ କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ସୂଚନାଯୋଗ୍ୟ ୨୦୧୪ରେ ଅଷ୍ଟ୍ରେଲିଆର ଫିଲିପ୍ସ ହ୍ୟୁଗ୍ସଙ୍କ ମୁଣ୍ଡରେ ବଲ ବାଜିବାରୁ […]

cricket

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 08:31 PM IST

ଡମ୍ବୁଲା: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଏଞ୍ଜେଲୋ ମାଥ୍ୟୁସ୍‌ ଏକ ବାଉନ୍‌ସରରୁ ଅଳ୍ପକେ ବଞ୍ଚିଯାଇଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଅସିଙ୍କ ବାଉନ୍‌ସରରେ ମାଥ୍ୟୁସ୍‌ଙ୍କ ହେଲମେଟ୍‌ ଭାଙ୍ଗିଯାଇଛି।

 ବଲ୍‌ଟି ସ୍ପିଡ୍‌ରେ ହେଲମେଟ୍‌ର ତଳ ଭାଗ(ବେକର ସାମନ୍ୟ ଉପରେ)ବାଜିଥିଲା। ସୌଭାଗ୍ୟକୁ ଏଥିରେ ତାଙ୍କର କିଛି କ୍ଷତି ହୋଇନାହିଁ। ମାଥ୍ୟୁସ୍‌ଙ୍କ ହେଲମେଟ୍‌ରେ ବଲ୍‌ ବାଜିବା ପରେ ଖେଳ କିଛି ସମୟ ପାଇଁ ସ୍ଥଗିତ ରହିଥିଲା।

ସୂଚନାଯୋଗ୍ୟ ୨୦୧୪ରେ ଅଷ୍ଟ୍ରେଲିଆର ଫିଲିପ୍ସ ହ୍ୟୁଗ୍ସଙ୍କ ମୁଣ୍ଡରେ ବଲ ବାଜିବାରୁ ପଡିଆରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Related story