ଆଶେସ୍‌ ସିରିଜ୍‌: ପ୍ରଥମ ଇନିଂସ୍‌ରେ ଇଂଲଣ୍ଡକୁ ୯୦ ରନ୍‌ର ଲିଡ୍‌, ଅଷ୍ଟ୍ରେଲିଆ ୯୭/୩

ଏଜବାଷ୍ଟନ୍‌: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ ରୋମାଞ୍ଚକର ହେବାରେ ଲାଗିଛି। ଇଂଲଣ୍ଡ ଓପନର ବର୍ନସଙ୍କ ଶତକ ଓ ଶେଷ ଭାଗରେ କ୍ରିସ୍‌ ୱକ୍ସ ଏବଂ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ପ୍ରଥମ ଇନିଂସ୍‌ରେ ୯୦ ରନ୍‌ର ଲିଡ୍‌ ହାସଲ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୮୪ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୭୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ […]

ey

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 09:57 PM IST

ଏଜବାଷ୍ଟନ୍‌: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ ରୋମାଞ୍ଚକର ହେବାରେ ଲାଗିଛି। ଇଂଲଣ୍ଡ ଓପନର ବର୍ନସଙ୍କ ଶତକ ଓ ଶେଷ ଭାଗରେ କ୍ରିସ୍‌ ୱକ୍ସ ଏବଂ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ପ୍ରଥମ ଇନିଂସ୍‌ରେ ୯୦ ରନ୍‌ର ଲିଡ୍‌ ହାସଲ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୨୮୪ ରନ୍‌ କରିଥିବା ବେଳେ ଇଂଲଣ୍ଡ ୩୭୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶେଷ ଖବର ସୁଦ୍ଧା  ଦଳ ୩ ୱିକେଟ୍‌ ହରାଇ ୯୭ ରନ୍‌ କରିଛି। ଏବେ ଇଂଲଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଅଷ୍ଟ୍ରେଲିଆ ମାତ୍ର ୭ ରନ୍‌ ଆଗରେ ଥିବା ବେଳେ ଦଳ ପାଖରେ ୭ଟି ୱିକେଟ୍‌ ରହିଛି। ପ୍ରଥମ ଇନିଂସ୍‌ରେ ଶତକ କରିଥିବା ଷ୍ଟିଭ ସ୍ମିଥ କ୍ରିଜ୍‌ରେ ୩୨ ରନ୍‌ କରି ଅପରାଜିତ ଥିବାରୁ କଙ୍ଗାରୁ ଟିମ୍‌ ତାଙ୍କ ଠାରୁ ପୁଣିଥରେ ବଡ଼ ଇନିଂସ୍‌ର ଆଶା ରଖିଛି। ତାଙ୍କ ସହ ଟ୍ରାଭିସ୍‌ ହେଡ୍‌ ୯ ରନ୍‌ କରି ରହିଛନ୍ତି। 

ଅଷ୍ଟ୍ରେଲିଆ  ଡେଭିଡ୍‌ ୱାର୍ଣ୍ଣର(୮), କେମରନ୍‌ ବ୍ୟାନକ୍ରଫ୍ଟ(୭) ଓ ଉସମାନ ଖ୍ୱାଜା(୪୦) ଙ୍କୁ ହରାଇଛି। ୱାର୍ଣ୍ଣରଙ୍କୁ ଇଂଲିଶ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଆଉଟ୍‌ କରିଥିବା ବେଳେ ବ୍ୟାନକ୍ରଫ୍ଟଙ୍କ ୱିକେଟ୍‌ ମୋଇନ ଅଲୀଙ୍କ ଖାତାକୁ ଯାଇଛି। ସେହିପରି ଖ୍ୱାଜାଙ୍କୁ ଇଂଲିଶ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। 

ଶନିବାର ଇଂଲଣ୍ଡ ତା’ର ପୂର୍ବଦିନର ସ୍କୋର ୨୭୧/୪ରୁ ଖେଳ ଆରମ୍ଭ କରିଥିଲେ। ୧୨୫ ରନ୍‌ କରି ଅପରାଜିତ ଥିବା ବର୍ନସ ଆଜି ମଧ୍ୟ କିଛି ଦର୍ଶନୀୟ ଶଟ୍‌ ଖେଳିଥିଲେ। ତେବେ ଗତକାଲି ୩ ରନ୍‌ କରିଥିବା ବେନ୍‌ ଷ୍ଟୋକ୍ସ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ୧୩୩ ରନ୍‌ କରିଥିବା ବେଳେ ବର୍ନସଙ୍କୁ ନେଥନ ଲାୟନ ଆଉଟ୍‌ କରି ଇଂଲଣ୍ଡକୁ ବଡ଼ ଝଟ୍‌କା ଦେଇଥିଲେ। ମୋଇନ୍‌ ଅଲୀ ଖାତା ଖୋଲିବା ପୂର୍ବରୁ ଲାୟନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

ଜନ୍ନି ବେୟାରଷ୍ଟୋ ମାତ୍ର ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଇଂଲଣ୍ଡ ୩୦୦ ରନ୍‌ରେ ୭ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ କ୍ରିସ୍‌ ୱକ୍ସଙ୍କ ଅପରାଜିତ ୩୭ ଓ ବ୍ରଡ୍‌ଙ୍କ ୨୯ ରନ୍‌ ବଳରେ ଇଂଲଣ୍ଡ ୩୭୦ ଅତିକ୍ରମ କରିବାକୁ ସକ୍ଷମ ହୋଇଥିଲା। ବ୍ରଡଙ୍କୁ ପ୍ୟାଟ କମିନ୍ସ ଆଉଟ୍‌ କରିଥିଲେ।

ଶେଷରେ ଜେମ୍ସ ଆଣ୍ଡରସନ୍‌ଙ୍କୁ ଆଉଟ୍‌ କରି ଲାୟନ ଇଂଲଣ୍ଡ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ଓ ଲାୟନ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜେମ୍ସ ପାଟିନସନ ଓ ପିଟର ସିଡଲୀ ୨ଟି ଲେଖାଏ ୱିକେଟ ପାଇଛନ୍ତି।

Related story