ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟିମ୍‌ ଘୋଷଣା: ଆହତ କାରଣରୁ ଷ୍ଟାର୍କ ବାଦ୍‌

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳ ଆଜି ଘୋଷଣା ହୋଇଛି। ୧୭ ସେପ୍ଟେମ୍ବର ଠାରୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୫ଟି ଦିନିକିଆ ଓ ୩ଟି ଟି-ଟୋଣ୍ଟି ମ୍ୟାଚ୍‌ ଖେଳିବାକୁ ଯାଉଛି। ଭାରତରେ ହେବାକୁ ଥିବା ଏହି ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳରେ ଅନେକ ପରିବର୍ତ୍ତନ କରାଯାଇଛି। ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ୱରେ ଦିନିକିଆ ପାଇଁ ୧୪ ଜଣିଆ ଓ ଟି-ଟୋଣ୍ଟି ପାଇଁ ୧୩ ଜଣିଆ ଦଳ ଘୋଷଣା କରାଯାଇଛି। ଯେଉଁଥିରେ ମିସେଲ ଷ୍ଟାର୍କ ଆହତ […]

starc

Rakesh Mallick
  • Published: Friday, 18 August 2017
  • , Updated: 18 August 2017, 06:16 PM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳ ଆଜି ଘୋଷଣା ହୋଇଛି। ୧୭ ସେପ୍ଟେମ୍ବର ଠାରୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୫ଟି ଦିନିକିଆ ଓ ୩ଟି ଟି-ଟୋଣ୍ଟି ମ୍ୟାଚ୍‌ ଖେଳିବାକୁ ଯାଉଛି। ଭାରତରେ ହେବାକୁ ଥିବା ଏହି ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳରେ ଅନେକ ପରିବର୍ତ୍ତନ କରାଯାଇଛି। ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ୱରେ ଦିନିକିଆ ପାଇଁ ୧୪ ଜଣିଆ ଓ ଟି-ଟୋଣ୍ଟି ପାଇଁ ୧୩ ଜଣିଆ ଦଳ ଘୋଷଣା କରାଯାଇଛି। ଯେଉଁଥିରେ ମିସେଲ ଷ୍ଟାର୍କ ଆହତ କାରଣରୁ ଦଳରେ ସ୍ଥାନ ପାଇନାହାଁନ୍ତି।

ଅନ୍ୟପଟେ ଜେମ୍ସ ଫକ୍‌ନର୍ ଓ ନାଥନ୍‌ କୁଲ୍ଟର୍ନିଲ୍‌ଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ, ଏକ ମଜଭୁତ୍‌ ଟିମ୍‌ ହୋଇ ଭାରତ ଗସ୍ତ କରିବ ବୋଲି କହିଛି। ସେପଟେ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ଟିମ୍‌ ଘୋଷଣା କରାଯିବା।

Related story