ପ୍ରଥମ ଆଶେସ୍ ଟେଷ୍ଟରେ ଅଷ୍ଟ୍ରେଲିଆର ବୃହତ ବିଜୟ

ବର୍ମିଂହାମ୍: ନେଥନ୍ ଲାୟନ୍ ଓ ପ୍ୟାଟ୍ କମିନ୍ସଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟରେ ଇଂଲଣ୍ଡକୁ ୨୫୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ୩୯୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ୫୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଛି। ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା […]

aus

aus

Ranjit Kumar Jena
  • Published: Monday, 05 August 2019
  • Updated: 05 August 2019, 08:19 PM IST

Sports

Latest News

ବର୍ମିଂହାମ୍: ନେଥନ୍ ଲାୟନ୍ ଓ ପ୍ୟାଟ୍ କମିନ୍ସଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟରେ ଇଂଲଣ୍ଡକୁ ୨୫୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ୩୯୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇନିଂସରେ ୫୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଛି।

ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ଷ୍ଟିଭ୍ ସ୍ମିଥଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି, ଯିଏ ଉଭୟ ଇନିଂସରେ ଶତକ ମାରି ଟିମକୁ ସଙ୍କଟରୁ ରକ୍ଷା କରିଥିଲେ। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ୍ ୪୯ ରନ୍ ଦେଇ ୬ଟି ଏବଂ କମିନ୍ସ ୩୨ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି।

ପ୍ରଥମ ଦିବସରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଅଷ୍ଟ୍ରେଲିଆ ମ୍ୟାଚରେ ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ବାକି ଚାରିଦିନ ଯାକ ଇଂଲଣ୍ଡ ଉପରେ ଦବଦବା ବଜାୟ ରଖିଥିଲା। ଇଂଲଣ୍ଡ ପକ୍ଷରୁ ସକାରାତ୍ମକ ଥିଲା ରୋରି ବର୍ନସଙ୍କ ଶତକ ଏବଂ ଷ୍ଟୁଆର୍ଟ ବ୍ରଡଙ୍କ ସଫଳ ବୋଲିଂ। ଏହାକୁ ଛାଡ଼ି ଦେଲେ ଇଂଲଣ୍ଡର କୌଣସି ଖେଳାଳି ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ଦ୍ୱିତୀୟ ଇନିଂସରେ ସ୍ମିଥଙ୍କ ସହ ମାଥ୍ୟୁ ୱେଡଙ୍କ ଶତକ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ଫଳସ୍ୱରୂପ ଅଷ୍ଟ୍ରେଲିଆ ଇଂଲଣ୍ଡ ଆଗରେ ୩୯୮ ରନର ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୧୩ ରନ୍ କରିଥିଲା। ତେବେ ଟିମ୍ ଏହିଠାରୁ ଖେଳ ଆରମ୍ଭ କରିଥିଲା ଏବଂ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ପ୍ରଥମ ଇନିଂସରେ ଶତକ ମାରିଥିବା ବର୍ନସ୍ ମାତ୍ର ୧୧ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ। ଏହା ପରେ ଅଷ୍ଟ୍ରେଲୀୟ ସ୍ପିନର୍ ଲାୟନ୍ ନିଜ ଯାଦୁ ଦେଖାଇଥିଲେ।

ଲାୟନ୍ ଇନିଂସରେ ନିଜର ପ୍ରଥମ ତିନି ୱିକେଟ୍ ଭାବେ ଜେସନ୍ ରୟ୍ (୨୮), ଜୋ ଡେନଲୀ (୧୧) ଓ କ୍ୟାପଟେନ୍ ଜୋ ରୁଟ୍ (୧୧)ଙ୍କୁ ଆଉଟ୍ କରିଥିଲେ। ମଧ୍ୟାହ୍ନ ଭୋଜନ ସୁଦ୍ଧା ଇଂଲଣ୍ଡ ୮୫ ରନରେ ୪ ୱିକେଟ୍ ହରାଇ ସାରିଥିଲା ଏବଂ ଟିମର ସବୁ ଭାର ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟଲରଙ୍କ ଉପରେ ଥିଲା। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ବଟଲର୍ (୧)ଙ୍କୁ ଆଉଟ୍ କରି କମିନ୍ସ ଇଂଲଣ୍ଡର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

ୱିକେଟକିପର ଜନ୍ନି ବେୟାରଷ୍ଟୋ (୬)ଙ୍କୁ କମିନ୍ସ ଏବଂ ଷ୍ଟୋକ୍ସ (୬)ଙ୍କୁ ଲାୟନ୍ ଆଉଟ୍ କରିଥିଲେ। ଏଥିସହ ଅଷ୍ଟ୍ରେଲିଆ ବୋଲରମାନେ ୧୦୦ ରନ୍ ଭିତରେ ଇଂଲଣ୍ଡର ୭ ୱିକେଟ୍ ନେଇ ବିଜୟ ସୁନିଶ୍ଚିତ କରିଥିଲେ। ଶେଷଭାଗରେ କ୍ରିସ୍ ଓକ୍ସ ୩୭ (୫୪ ବଲ୍, ୭ ଚୌକା) ରନର ଲଢ଼ୁଆ ଇନିଂସ୍ ଖେଳିଥିଲେ ହେଁ, ତାହା ଦଳକୁ ବଞ୍ଚାଇବା ପାଇଁ ଯଥେଷ୍ଟ ହୋଇନଥିଲା। ସେ ଶେଷ ୱିକେଟ୍ ଭାବେ କମିନ୍ସଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଇନ୍ ଅଲୀ୍ ୪ ଓ ବ୍ରଡ୍ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୮୪ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଜବାବରେ ଇଂଲଣ୍ଡ ୩୭୪ ରନ୍ କରି ୯୦ ରନରେ ଆଗୁଆ ହୋଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଜବରଦସ୍ତ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୪୮୭ ରନ୍ କରି ପାଳି ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story