ଅଷ୍ଟ୍ରେଲିଆ କବଜାରେ ହକି ୱାର୍ଲ୍ଡ ଲିଗ୍‌ ଟ୍ରଫି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ୱାର୍ଲ୍ଡ ଲିଗ୍‌ ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରି ଟାଇଟଲ ବଜାଇ ରଖିଛି। ଖେଳ ଶେଷ ହେବାର ୩ ମିନିଟ ପୂର୍ବରୁ ଅର୍ଥାତ ୫୮ତମ ମିନିଟ୍‌ରେ ଅଷ୍ଟ୍ରେଲିଆର ବ୍ଲେକ ଗ୍ରୋଭର୍ସ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦେଶକୁ ଏହି ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍‌ର ୧୭ ତମ ମିନିଟିରେ ଜେମି ହାଇୱାର୍ଡ ପ୍ରଥମ ଗୋଲ କରି ଅଷ୍ଟ୍ରେଲିଆକୁ […]

Team-Aus

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 10:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ୱାର୍ଲ୍ଡ ଲିଗ୍‌ ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରି ଟାଇଟଲ ବଜାଇ ରଖିଛି।

ଖେଳ ଶେଷ ହେବାର ୩ ମିନିଟ ପୂର୍ବରୁ ଅର୍ଥାତ ୫୮ତମ ମିନିଟ୍‌ରେ ଅଷ୍ଟ୍ରେଲିଆର ବ୍ଲେକ ଗ୍ରୋଭର୍ସ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦେଶକୁ ଏହି ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍‌ର ୧୭ ତମ ମିନିଟିରେ ଜେମି ହାଇୱାର୍ଡ ପ୍ରଥମ ଗୋଲ କରି ଅଷ୍ଟ୍ରେଲିଆକୁ ୧-୦ର ଅଗ୍ରଣୀ ଦେଇଥିଲେ। ଏହାର କିଛି ସମୟ ପରେ ଆର୍ଜେଣ୍ଟିନାର ଅଗଷ୍ଟିନ ବୁଗାଲୋ ଏକ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସ୍ଥିତିକୁ ନେଇ ଆସିଥିଲେ।

ଅଷ୍ଟ୍ରେଲିଆ ଜର୍ମାନୀକୁ ୩-୦ ଗୋଲରେ ହରାଇ ଫାଇନାଲକୁ ଆସିଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଘରୋଇ ଦଳ ଭାରତକୁ ୧-୦ ଗୋଲରେ ହରାଇ ଫାଇନାଲକୁ ଆସିଥିଲା।

ଫାଇନାଲ ପୂର୍ବରୁ ତୃତୀୟ ସ୍ଥାନ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ଯାହାକୁ ଭାରତ ୨-୧ ଗୋଲରେ ଜିତି ବ୍ରଞ୍ଜ ପଦକ ହାସଲ କରିଛି।

Related story