ଗୌହାଟିରେ ଅଷ୍ଟ୍ରେଲିଆ ଟିମର ବସ୍ ଉପରକୁ ପଥର ମାଡ଼ ଅଭିଯୋଗ: ଫିଞ୍ଚ ସେୟାର୍‌ କଲେ ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୌହାଟି ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆ ଟିମ ବସ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ। ଆରୋନ୍ ଫିଞ୍ଚ୍ ଏହାର କିଛି ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାପରେ ଟିମ୍ ଅଷ୍ଟ୍ରେିଲଆ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ମ୍ୟାଚ୍ ପରେ ଟିମ୍ ହୋଟେଲ ଫେରୁଥିବା ବେଳେ ବସର ଡାହାଣ ପଟକୁ ପଥର ମାଡ଼ ହୋଇଥିଲା। ଯେହେତୁ ସେପଟେ କେହି ବସି ନଥିଲେ ତେଣୁ କୌଣସି […]

australia-team-bus

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 05:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୌହାଟି ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆ ଟିମ ବସ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ। ଆରୋନ୍ ଫିଞ୍ଚ୍ ଏହାର କିଛି ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାପରେ ଟିମ୍ ଅଷ୍ଟ୍ରେିଲଆ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ମ୍ୟାଚ୍ ପରେ ଟିମ୍ ହୋଟେଲ ଫେରୁଥିବା ବେଳେ ବସର ଡାହାଣ ପଟକୁ ପଥର ମାଡ଼ ହୋଇଥିଲା। ଯେହେତୁ ସେପଟେ କେହି ବସି ନଥିଲେ ତେଣୁ କୌଣସି ଖେଲାଳି ଆହତ ହୋଇ ନଥିବା ଜଣାପଡିଛି। ଏହି ଘଟଣାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Related story