ଇଂଲଣ୍ଡକୁ ୩୯୮ ରନର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ବର୍ମିଂହାମ୍: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। ମ୍ୟାଚର ଚତୁର୍ଥ ଦିବସରେ ଷ୍ଟିଭେନ୍ ସ୍ମିଥ୍ (୧୪୨) ଓ ମାଥ୍ୟୁ ୱେଡ୍ (୧୧୦)ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୪୮୭ ରନ୍ କରି ପାଳି ଘୋଷଣା କରିଛି। ଏଥିସହ ଅଷ୍ଟ୍ରେଲିଆ ଇଂଲଣ୍ଡ ଆଗରେ ୩୯୮ ରନର ବଡ଼ ଟାର୍ଗେଟ୍ ଛିଡ଼ା କରିଛି। ସୋମବାର ପଞ୍ଚମ ତଥା ଶେଷ ଦିବସରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ଅଲଆଉଟ୍ କରି […]

wade

wade

Ranjit Kumar Jena
  • Published: Sunday, 04 August 2019
  • Updated: 04 August 2019, 10:32 PM IST

Sports

Latest News

ବର୍ମିଂହାମ୍: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଆଶେସ୍ ଟେଷ୍ଟ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। ମ୍ୟାଚର ଚତୁର୍ଥ ଦିବସରେ ଷ୍ଟିଭେନ୍ ସ୍ମିଥ୍ (୧୪୨) ଓ ମାଥ୍ୟୁ ୱେଡ୍ (୧୧୦)ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୪୮୭ ରନ୍ କରି ପାଳି ଘୋଷଣା କରିଛି। ଏଥିସହ ଅଷ୍ଟ୍ରେଲିଆ ଇଂଲଣ୍ଡ ଆଗରେ ୩୯୮ ରନର ବଡ଼ ଟାର୍ଗେଟ୍ ଛିଡ଼ା କରିଛି। ସୋମବାର ପଞ୍ଚମ ତଥା ଶେଷ ଦିବସରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ଅଲଆଉଟ୍ କରି ଟେଷ୍ଟକୁ ଜିତିବାକୁ ପ୍ରୟାସ କରିବ। ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍ ସର୍ବାଧିକ ୧୪୨ (୨୦୭ ବଲ୍, ୧୪ ଚୌକା) ଓ ୱେଡ୍ ୧୧୦ (୧୪୩ ବଲ୍, ୧୭ ଚୌକା) ରନ୍ କରିଥିଲେ।

ରବିବାର ଅଷ୍ଟ୍ରେଲିଆ ତା'ର ପୂର୍ବଦିନର ସ୍କୋର ୩/୧୨୪ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ଓ ଟ୍ରେଭିସ୍ ହେଡ୍ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଚମତ୍କାର ଫର୍ମରେ ଥିବା ସ୍ମିଥ୍ ସକାରାତ୍ମକ ବ୍ୟାଟିଂ କରି ୧୪୭ ବଲରେ ନିଜର ୨୫ତମ ଟେଷ୍ଟ ଶତକ ପୂରଣ କରିଥିଲେ। ସେ ହେଡଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୧୩୦ ରନର ପାର୍ଟନରଶିପ୍ କରିଥିଲେ। ହେଡ୍ ୫୧ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ।

ଏହା ପରେ ସ୍ମିଥ୍ ଓ ମାଥ୍ୟୁ ୱେଡଙ୍କ ଯୋଡ଼ି ଇଂଲିଶ ବୋଲରଙ୍କୁ ନିରାଶ କରିଥିଲେ। ୱେଡ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଉପରକୁ ଚାପ ହଟାଇଥିଲେ। ଉଭୟ ସ୍ମିଥ୍ ଓ ୱେଡ୍ ମିଶି ଚତୁର୍ଥ ୱିକେଟ୍ ପାଇଁ ୧୨୬ ରନ୍ ଯୋଡ଼ିଥିଲେ। ଅଷ୍ଟ୍ରେଲିଆ ସ୍କୋର ୩୩୧ ଥିବା ବେଳେ ସ୍ମିଥଙ୍କୁ କ୍ରିସ୍ ଓକ୍ସ ଆଉଟ୍ କରି ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ୱେଡ୍ ଜବରଦସ୍ତ ବ୍ୟାଟିଂ କରି କ୍ୟାରିୟରର ତୃତୀୟ ଶତକ ହାସଲ କରିଥିଲେ। ତାଙ୍କୁ ୱିକେଟକିପର ଟିମ୍ ପେନ୍ ଭରପୂର ସହଯୋଗ କରିଥିଲେ।

ଦୁହେଁ ଅଷ୍ଟ୍ରେଲିଆ ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ୱେଡ୍ ଶତକ ମାରିବା ପରେ ଷ୍ଟୋକ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପେନ୍ (୩୪)ଙ୍କୁ ମୋଇନ୍ ଅଲୀ କ୍ଲିନ୍ ବୋଲ୍ଡ କରିଥିଲେ। ଲୋୟର୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ଜେମ୍ସ ପ୍ୟାଟିନସନ୍ ଓ ପ୍ୟାଟ୍ କମିନ୍ସ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୭୮ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ପ୍ୟାଟିନସନ୍ ୪୮ ବଲରେ ୨ ଚୌକା ଓ ୪ ଛକା ସହ ୪୭ ଓ କମିନ୍ସ ୨୬ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ୩ଟି ଓ ଅଲୀ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos