ଦ୍ୱିତୀୟ ଟି-ଟ୍ୱେଣ୍ଟି: ୮ ୱିକେଟ୍‌ରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ। ଗୌହାଟି ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ  ପରାସ୍ତ କରିଛି ଅଷ୍ଟ୍ରେଲିଆ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୮ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହେନ୍‌ରିକ୍ସ ୬୨ ଓ ଟ୍ରଭିସ ହେଡ୍‌ ୪୮ ରନର ଅପରାଜିତ ପାଳି ଖେଳି ଦଳକୁ ଜିତାଇଥିଲେ। ଅଜିର ମ୍ୟାଚ୍‌ରେ […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 10:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ। ଗୌହାଟି ଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ  ପରାସ୍ତ କରିଛି ଅଷ୍ଟ୍ରେଲିଆ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୮ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହେନ୍‌ରିକ୍ସ ୬୨ ଓ ଟ୍ରଭିସ ହେଡ୍‌ ୪୮ ରନର ଅପରାଜିତ ପାଳି ଖେଳି ଦଳକୁ ଜିତାଇଥିଲେ। ଅଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ  ଜସନ୍‌ ବେହେରନଡର୍ଫ ଆଜି ଘାତକ ବୋଲିଂ କରି ଭାରତୀୟ ବ୍ୟାଟିଂ ବିଭାଗକୁ ଧୂଳିସାତ କରିଦେଇଥିଲେ। ସେ ମାତ୍ର ୪ ଓଭର ବୋଲିଂ କରି ୨୧ ରନ୍‌ ଦେଇ ୪ଟି ମୂଲ୍ୟବାନ ୱିକେଟ୍‌ ହାସଲ କରିଥିଲେ। ଏହି ବଜିୟ ସହ ୩ଟିକିଆ ସିରିଜରେ ଉଭୟ ଟିମ୍ ଗୋଟିଏ ଲେଖାଁଏ ମ୍ୟାଚ୍ ଜିତି ସମାନସ୍ଥିତିରେ ଅଛନ୍ତି। ଶେଷ ମ୍ୟାଚ୍‌ ଆସନ୍ତା ୧୩ ତାରିଖ ହାଇଦ୍ରାବାଦରେ ଖେଳାଯିବ।

Related story