ଅଷ୍ଟ୍ରେଲିଆର ବାଂଲାଦେଶ ଗସ୍ତ ସ୍ଥଗିତ

ଢ଼ାକା: ଆସନ୍ତାବର୍ଷ ଫେବୃଆରୀରେ ହେବାକୁଥିବା ବାଂଲାଦେଶ ଗସ୍ତକୁ ଅଷ୍ଟ୍ରେଲିଆ ଚାରିମାସ ପାଇଁ ସ୍ଥଗିତ କରିଛି। ଏହି ସୂଚନା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପକ୍ଷରୁ ଦିଆଯାଇଛି। ଅଷ୍ଟ୍ରେଲିଆକୁ ଏହି ଗସ୍ତରେ ୱାର୍ଲ୍ଡ ଚାମ୍ପିୟନଶିପର ଦୁଇଟି ଟେଷ୍ଟ ବ୍ୟତୀତ ଟି-୨୦ ସିରିଜ୍ ମଧ୍ୟ ଖେଳିବାର ଥିଲା। ବିସିବିର କ୍ରିକେଟ୍ ଅପରେଶନ୍ ଚେୟାରମ୍ୟାନ୍ ଆକ୍ରାମ୍ ଖାନ୍ କହିଛନ୍ତି, ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (ଏଫଟିପି) ଅନୁଯାୟୀ, ଫେବୃଆରୀରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଏବେ ଏହି ସିରିଜର […]

aus

Ranjit Kumar Jena
  • Published: Tuesday, 24 September 2019
  • , Updated: 24 September 2019, 08:57 PM IST

ଢ଼ାକା: ଆସନ୍ତାବର୍ଷ ଫେବୃଆରୀରେ ହେବାକୁଥିବା ବାଂଲାଦେଶ ଗସ୍ତକୁ ଅଷ୍ଟ୍ରେଲିଆ ଚାରିମାସ ପାଇଁ ସ୍ଥଗିତ କରିଛି। ଏହି ସୂଚନା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପକ୍ଷରୁ ଦିଆଯାଇଛି। ଅଷ୍ଟ୍ରେଲିଆକୁ ଏହି ଗସ୍ତରେ ୱାର୍ଲ୍ଡ ଚାମ୍ପିୟନଶିପର ଦୁଇଟି ଟେଷ୍ଟ ବ୍ୟତୀତ ଟି-୨୦ ସିରିଜ୍ ମଧ୍ୟ ଖେଳିବାର ଥିଲା।

ବିସିବିର କ୍ରିକେଟ୍ ଅପରେଶନ୍ ଚେୟାରମ୍ୟାନ୍ ଆକ୍ରାମ୍ ଖାନ୍ କହିଛନ୍ତି, ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (ଏଫଟିପି) ଅନୁଯାୟୀ, ଫେବୃଆରୀରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଏବେ ଏହି ସିରିଜର ଆୟୋଜନ ୨୦୨୦ ଜୁନ୍-ଜୁଲାଇରେ ଆୟୋଜିତ ହେବ।

ଏହାଛଡ଼ା ଆସନ୍ତାବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ବାଂଲାଦେଶରେ ଟି-୨୦ ସିରିଜ୍ ମଧ୍ୟ ଖେଳିବ। ୨୦୨୧ରେ ଭାରତରେ ଆୟୋଜିତ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ବାଂଲାଦେଶ ଏହି ସିରିଜ୍ ଆୟୋଜନ କରିବ। ତେବେ ଟେଷ୍ଟ ଓ ଟି-୨୦ ସିରିଜର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।

Related story