ବଡ଼ବିଲରୁ ବ୍ରାଜିଲ୍: ଉଶୁ ବାଳକ 'ବବୁଲୁ ମୁଣ୍ଡା'ର କାହାଣୀ

ବଡବିଲ (ଓଡ଼ିଶା ରିପୋର୍ଟର): ବ୍ରାଜିଲ୍‌ରୁ ଆଣିବେ ବିଶ୍ୱ ପୁରସ୍କାର। ବବୁଲୁ ମୁଣ୍ଡାଙ୍କ ମୁଣ୍ଡକୁ ଘାରିଛି ଏବେ ଏହି ଗୋଟିଏ ନିଶା। ୨୦୧୧ ମସିହାରେ ତାଙ୍କୁ ଯେତେବେଳେ ମାତ୍ର 6 ବର୍ଷ ବୟସ ହୋଇଥିଲା, ଭୁବନେଶ୍ୱରରେ ଅନୁଷ୍ଠିତ ୧୬ତମ ରାଜ୍ୟସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଜିତିଥିଲେ ରୌପ୍ୟ ପଦକ। ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି। କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଯୋଗୁଁ ସେ ପାଇଛନ୍ତି ଅନେକ ସଫଳତା। ଖୁସିର କଥା ହେଲା, ଜୁଲାଇ ୯ରୁ ୧୬ […]

indexer

Ordigital Desk
  • Published: Thursday, 05 July 2018
  • , Updated: 05 July 2018, 03:32 PM IST

ବଡବିଲ (ଓଡ଼ିଶା ରିପୋର୍ଟର): ବ୍ରାଜିଲ୍‌ରୁ ଆଣିବେ ବିଶ୍ୱ ପୁରସ୍କାର। ବବୁଲୁ ମୁଣ୍ଡାଙ୍କ ମୁଣ୍ଡକୁ ଘାରିଛି ଏବେ ଏହି ଗୋଟିଏ ନିଶା। ୨୦୧୧ ମସିହାରେ ତାଙ୍କୁ ଯେତେବେଳେ ମାତ୍ର 6 ବର୍ଷ ବୟସ ହୋଇଥିଲା, ଭୁବନେଶ୍ୱରରେ ଅନୁଷ୍ଠିତ ୧୬ତମ ରାଜ୍ୟସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଜିତିଥିଲେ ରୌପ୍ୟ ପଦକ। ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି। କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଯୋଗୁଁ ସେ ପାଇଛନ୍ତି ଅନେକ ସଫଳତା। ଖୁସିର କଥା ହେଲା, ଜୁଲାଇ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ହେବାକୁ ଥିବା ସପ୍ତମ ବିଶ୍ୱ ଉଶୁ ଚାମ୍ପିୟନସିପରେ ଭାଗ ନେବାକୁ ସେ ଏବ ପ୍ରସ୍ତୁତ ହେଉଛନ୍ତି। ବବଲୁ ବର୍ତ୍ତମାନ ଚୀନ୍‌ରେ ଜାରି ରଖିଛନ୍ତି ନିଜର ତାଲିମ। କେନ୍ଦୁଝର ଜିଲ୍ଲାର ଜଣେ କୁନି ଯୋଦ୍ଧାର ସଫଳ କାହାଣୀରେ ସାକ୍ଷୀ ସାଜିଛି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱIର ଲିମିଟେଡର ଔଦ୍ୟୋଗିକ ଓ ସାମାଜିକ ଉତ୍ତରଦାୟିତ୍ୱ ବିଭାଗ- ଜେଏସପିଏଲ ଫାଉଣ୍ଡେସନ।

ବଡବିଲର ଯୋଦ୍ଧା ବବୁଲୁ ମୁଣ୍ଡା: ଦୁଃସାହସିକ ଖେଳକୁଦ କିକ୍ ବକ୍ସିଂ ଏବଂ ଉଶୁ ଦୁନିଆର ବେତାଜ୍ ବାଦଶାହା ପIଲଟିବIକୁ ଲକ୍ଷ୍ୟ ରଖିଥିବା ଏହି କୁନି ଯୋଦ୍ଧା ହେଲେ- କେନ୍ଦୁଝର ଜିଲ୍ଲା ଦେଓଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଅIଳିଯୋଡ଼ା ଗାଁର ବବୁଲୁ ମୁଣ୍ଡା। ମାତ୍ର ୬ ବର୍ଷ ବୟସର ହୋଇଥିଲେ ବବଲୁ, ଜେଏସପିଏଲ୍ ଫାଉଣ୍ଡେସନର ଆଖି ପଡ଼ିଥିଲା ଏହି କୁନି ସମ୍ଭାବନା ଉପରେ। ସିଅIଳିଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଫାଉଣ୍ଡେସନ ଦ୍ୱାରା ନିଯୁକ୍ତ ଅନ୍ତର୍ଜାତୀୟ କିକ୍ ବକ୍ସର ତଥା କୋଚ୍ ଶ୍ରୀ ପଙ୍କଜ କୁମାର ମହାନ୍ତ ନେଲେ ବବଲୁକୁ ତାଲିମ୍ ଦେବାର ଦାୟିତ୍ୱ। ମାତ୍ର ୬ ମାସ, ୨୦୧୧ ମସିହା ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବବଲୁଙ୍କ ଛାତିରେ ଓହଳିଲା ରୌପ୍ୟ ପଦକ। ଆଉ ତା’ପରେ ଭୋକ ଓ ଦାରିଦ୍ର୍ୟ ସହ ଲଢୁଥିବା ଏହି କୁନି ଯୋଦ୍ଧା ଓହ୍ଲାଇଲେ କିକ୍ ବକ୍ସିଂର ଯୁଦ୍ଧ ଭୂଇଁକୁ। ବବଲୁ ମୁଣ୍ଡାର ମୁଣ୍ଡରେ ପଶିଲା ବିଶ୍ୱ ଜିତିବାର ନିଶା।

ପ଼ଙ୍କଜ କହିଛନ୍ତି- “ସ୍କୁଲ୍‌ରେ ସବୁଦିନ ମୁଁ ପିଲାଙ୍କୁ କୋଚିଂ ଦିଏ। କିନ୍ତୁ ବବଲୁର ଏକାଗ୍ରତା ଏବଂ ବିଚକ୍ଷଣ ପ୍ରତିଭା ମୋତେ ସ୍ତମ୍ଭୀଭୁତ କରିଥିଲା। ପ୍ରଥମେ ଭାବିଲି ଏହା ଏକ ସଂଯୋଗ ମାତ୍ର। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତା’ର ନିଷ୍ଠା ଏବଂ ପ୍ରତ୍ୟେକ କୌଶଳରେ ପାରଦର୍ଶିତା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।”

ମାତ୍ର ୭ ବର୍ଷର ସଂଘର୍ଷ। ଏବେ ବି କଁଅଳ ହାତ, ନରମ ପାଦ ଟାଣ ହୋଇନି। ହେଲେ ୟା ଭିତରେ ଟାଣ ହୋଇଯାଇଛି ମନ। ସିଆଳିଯୋଡ଼ାର ପ୍ରାଥମିକ ସ୍କୁଲରୁ ବଡ଼ବିଲର ସରକାରୀ ନୋଡାଲ୍ ୟୁପି ସ୍କୁଲ। ବାପ-ମା ଛେଉଣ୍ଡ ବବଲୁର ପଛେ ପଛେ ଛାଇ ଭଳି ଲାଗି ରହିଛି ଜେଏସପିଏଲ ଫାଉଣ୍ଡେସନ। ୨୦୧୬ ସୁଦ୍ଧା ପ୍ରାଥମିକ ଶିକ୍ଷା ଲାଭ କରିବା ଭିତରେ ବବଲୁଙ୍କ ମୁଣିରେ ଏବେ ୧୦ଟି ମେଡାଲ୍। ମାତ୍ର ୧୨ ଟି କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ସେ ପାଇଛନ୍ତି ୭ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ।

ଦିନେ ଅନାଥ ନାତିକୁ ଦେଖି ହତାଶାର ଲୁହ ଗଡ଼ାଉଥିଲେ ବବଲୁର ଜେଜେ ମାଆ। ହେଲେ ଏବେ କୁନି ପୁଅକୁ ଦେଖି ତା ଭବିଷ୍ୟତକୁ ନେଇ ଧନ୍ଦି ହୋଇ ପଡୁଥିବା ଦିନମଜୁରିଆ ବୁଢୀ ମାଆ ଆଖିରେ ଆଖିଏ ସ୍ୱପ୍ନ। କାରଣ ଏ ଆଦିବାସୀ କିଶୋର ଏବେ ବିଶ୍ୱ ଜିତିବାକୁ ଅଣ୍ଟI ଭିଡିଛି। ଆଜିସୁଦ୍ଧା ୨୧ ଟି ରାଜ୍ୟ ଏବଂ ଜାତୀୟ ସ୍ତରର ଚମ୍ପିୟନସିପରେ ଭାଗ ନେଇ ବବଲୁ ପିନ୍ଧିଛନ୍ତି ୧୭ଟି ତାଜ୍। ଚଳିତ ବର୍ଷ ମାର୍ଚ୍ଚ ମାସରେ ଜମ୍ମୁ ଏବଂ କIଶ୍ମିରରେ ଆୟୋଜିତ ୧୭ ତମ ସବ୍ ଜୁନିୟର ଉଶୁ ନIସନାଲ୍ କିକ୍ ବକ୍ସିଂ ଚମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି।

ଏସବୁ ଭିତରେ ଭୋପାଳର ସାଈରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ବବଲୁଙ୍କ ଆତ୍ମବିଶ୍ୱାସ ସମସ୍ତଙ୍କୁ ତାଜୁବ କରିଥିଲା। ଯାହା ତାଙ୍କୁ ଦେଇଛି ବିଶ୍ୱ ଚାମ୍ପିୟନସିପ୍‌ରେ ଭାଗ ନେବାକୁ ବ୍ରାଜିଲ ଯିବାର ଟିକେଟ୍।

Related story