ଗୋଟିଏ ଇଂନିସରେ ସବୁଠୁ ଖରାପ ବୋଲିଂର ରେକର୍ଡ: ଜାଣନ୍ତୁ କିଏ ସେ ଭାରତୀୟ ବୋଲର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ଫର୍ମାଟରେ ପ୍ରତି ମ୍ୟାଚ୍‌ରେ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ। ସମସ୍ତ ଟିମ୍‌ ଓ ଖେଳାଳି ବିଭିନ୍ନ ରେକର୍ଡ କରିବାକୁ ଚାହିଁବେ। ହେଲେ ଏମିତି କଛି ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି କିମ୍ବା ଟିମ୍ ନିଜ ନାଁରେ କରିବାକୁ ଚାହିଁବେ ନାହିଁ। ଏଭଳି ଏକ ଲଜ୍ଜାଜନକ ରେକର୍ଡ ଜଣେ ଭାରତୀୟ ବୋଲରଙ୍କ ନାଁରେ ଅଛି। ଏହି ବୋଲର ହେଲେ ଷ୍ଟୁଆର୍ଟ ବିନି। ତାଙ୍କ କ୍ୟାରିୟରରେ ସେ […]

England v India - Royal London One-Day Series 2014

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 04:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ଫର୍ମାଟରେ ପ୍ରତି ମ୍ୟାଚ୍‌ରେ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ। ସମସ୍ତ ଟିମ୍‌ ଓ ଖେଳାଳି ବିଭିନ୍ନ ରେକର୍ଡ କରିବାକୁ ଚାହିଁବେ। ହେଲେ ଏମିତି କଛି ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି କିମ୍ବା ଟିମ୍ ନିଜ ନାଁରେ କରିବାକୁ ଚାହିଁବେ ନାହିଁ। ଏଭଳି ଏକ ଲଜ୍ଜାଜନକ ରେକର୍ଡ ଜଣେ ଭାରତୀୟ ବୋଲରଙ୍କ ନାଁରେ ଅଛି। ଏହି ବୋଲର ହେଲେ ଷ୍ଟୁଆର୍ଟ ବିନି। ତାଙ୍କ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ମାତ୍ର ୩ଟି ଆନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ ମଧ୍ୟରୁ ଅଗଷ୍ଟ ୨୦୧୬ରେ ଖେଳାଯାଇଥିବା ଏକ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମାଚରେ ବୋଲିଂର ଇକ୍ନୋମିକ୍‌ ରେଟ୍‌ ବହୁତ ଖରାପ ରହିଛି। ସେ ଗୋଟିଏ ଇଂନିସରେ ଗୋଟିଏ ଓଭର ବୋଲିଂ ୩୨ ରନ୍‌ ଦେଇଥିଲେ। ଏହି ଓଭରରେ ସେ ପ୍ରଥମ ୫ ଟି ବଲରେ ୫ଟି ଛକା ଖାଇଥିବା ବେଳେ ଶେଷ ବଲରେ ୨ରନ୍‌ ଦେଇଥିଲେ। ଏହା ପରେ ତାଙ୍କୁ ଆଉ ବୋଲିଂ କରିବାକୁ ଦିଆଯାଇନଥିଲା।ଫଳରେ ତାଙ୍କର ଏହି ମ୍ୟାଚରେ ବୋଲିଂର ଇକ୍ନୋମିକ୍‌ ରେଟ୍‌ ଥିଲା ୩୨। ଏହାସହ ଏହି ମ୍ୟାଚ୍‌ରେ ଯୁବରାଜଙ୍କ ରେକର୍ଡ ୬ଟି ବଲ୍‌ରୁ ୬ଟି ଛକା ରେକର୍ଡ ମଧ୍ୟ ଭାଙ୍ଗୁ ଭାଙ୍ଗୁ ଆଧାରୁ ରହିଯାଇଥିଲା।

Related story