ବାଇଚୁଙ୍ଗ ଭୁତିଆ ଏଆଇଏଫ୍‌ଏଫର ଉପଦେଷ୍ଟା

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍ (ଏଆଇଏଫ୍‌ଏଫ)ର ଉପେଦଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି।  ରବିବାର ଫେଡେରସନର ସଭାପତି ପ୍ରଫୁଲ ପଟେଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପ୍ରଫୁଲ କହିଛନ୍ତି ଯେ ଭୁତିଆ ଉଭୟ ଖେଳ ଓ ଫେଡେରେସନର କାର୍ଯ୍ୟକଳାପ ପ୍ରସଙ୍ଗରେ ପରାମର୍ଶ ଦେବେ। ତେବେ ତାଙ୍କର ପ୍ରଥମ ଦାୟିତ୍ୱ ହେବ ଜାତୀୟ ଫୁଟବଲ୍ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ଓ ୨୦୧୭ରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ […]

Baichung-Bhutia

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 12:32 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍ (ଏଆଇଏଫ୍‌ଏଫ)ର ଉପେଦଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି।  ରବିବାର ଫେଡେରସନର ସଭାପତି ପ୍ରଫୁଲ ପଟେଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପ୍ରଫୁଲ କହିଛନ୍ତି ଯେ ଭୁତିଆ ଉଭୟ ଖେଳ ଓ ଫେଡେରେସନର କାର୍ଯ୍ୟକଳାପ ପ୍ରସଙ୍ଗରେ ପରାମର୍ଶ ଦେବେ। ତେବେ ତାଙ୍କର ପ୍ରଥମ ଦାୟିତ୍ୱ ହେବ ଜାତୀୟ ଫୁଟବଲ୍ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ଓ ୨୦୧୭ରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ବାଳକ ଦଳକୁ ପ୍ରସ୍ତୁତ କରିବା।

ସେହିପରି ଏଆଇଏଫ୍‌ଏଫର ସାଧାରଣ ସଂପାଦକ କୁଶାଲ ଦାସ କହିଛନ୍ତି ଯେ ରାଜ୍ୟ ସ୍ତରରେ ଥିବା ଫୁଟବଲ୍ ଆସୋସିଏସନଗୁଡ଼ିକର ପଞ୍ଜୀକରଣ ନିୟମ, କ୍ଳକ୍ ସ୍ତରରେ ଫୁଟବଲର ଉନ୍ନତି ତଥା ଘରୋଇ ମ୍ୟାଚଗୁଡ଼ିକର ଆୟୋଜନ କ୍ଷେତ୍ରରେ ବୋର୍ଡ ତାଙ୍କ ପରାମର୍ଶ ନେବ। ଉଭୟ ପୁରୁଷ ଓ ମହିଳା କ୍ଷେତ୍ରରେ ତଥା ସବୁ ବୟସର ଖେଳାଳିଙ୍କ କ୍ଷେତ୍ରରେ ତାଙ୍କରି ପରାମର୍ଶ ନିଆଯିବ।

ସୂଚନାଯୋଗ୍ୟ, ବାଇଚୁଙ୍ଗ ଭୁତିଆ ଏବେ ଏଆଇଏଫ୍‌ଏଫର ଟେକନିକାଲ୍ କମିଟିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି।

Related story