ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ଲୋ ସ୍କୋରିଂ ମ୍ୟାଚର ରୋମାଞ୍ଚକର ଲଢେ଼ଇ ସହ ବିନା ଦର୍ଶକରେ ଆରମ୍ଭ ହୋଇଛି ଆଇପିଏଲ୍ ଜଲୱା। ଆଜି ତୃତୀୟ ଦିନରେ ମଧ୍ୟ ଜବରଦସ୍ତ ଲଢେଇ ଦେଖିବାକୁ ମିଳିବା ଆଶା କରାଯାଉଛି। ସୋମବାର ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ସହ ମୁହାଁମୁହିଁ ହେବ ଡେଭି଼ଡ୍ ୱାର୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ୍ । ଚଳିତ ଆଇପିଏଲ ସିଜିନରେ ଉଭୟ ଦଳ ପାଇଁ ଏହା ପ୍ରଥମ ମ୍ୟାଚ୍। ତାରକା ଖେଳାଳିରେ ଭରପୂର ଉଭୟ ଦଳ ପ୍ରାରମ୍ଭିକ […]

ipl

Jitendra Garnayak
  • Published: Monday, 21 September 2020
  • , Updated: 21 September 2020, 02:19 PM IST

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ଲୋ ସ୍କୋରିଂ ମ୍ୟାଚର ରୋମାଞ୍ଚକର ଲଢେ଼ଇ ସହ ବିନା ଦର୍ଶକରେ ଆରମ୍ଭ ହୋଇଛି ଆଇପିଏଲ୍ ଜଲୱା। ଆଜି ତୃତୀୟ ଦିନରେ ମଧ୍ୟ ଜବରଦସ୍ତ ଲଢେଇ ଦେଖିବାକୁ ମିଳିବା ଆଶା କରାଯାଉଛି। ସୋମବାର ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ସହ ମୁହାଁମୁହିଁ ହେବ ଡେଭି଼ଡ୍ ୱାର୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ୍ । ଚଳିତ ଆଇପିଏଲ ସିଜିନରେ ଉଭୟ ଦଳ ପାଇଁ ଏହା ପ୍ରଥମ ମ୍ୟାଚ୍।

ତାରକା ଖେଳାଳିରେ ଭରପୂର ଉଭୟ ଦଳ ପ୍ରାରମ୍ଭିକ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିବେ। ବିରାଟଙ୍କ ସହ ଏବି ଡିଭିଲିୟର୍ସ ଓ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚଙ୍କ ଉପସ୍ଥିତି ରୟାଲ ଚ୍ୟାଲେଞ୍ଜର୍ସର ବ୍ୟାଚିଂ ଶକ୍ତିକୁ ଶୀର୍ଷରେ ରଖିଛି। ଦଳର ବୋଲିଂ କାଗଜ କଲମରେ ସେପରି ଶକ୍ତିଶାଳୀ ମନେ ହେଉ ନଥିଲେ ହେଁ କ୍ରିକେଟର ଏହି ଛୋଟ ଫର୍ମାଟରେ ଭାରତୀୟ ରିଷ୍ଟ ସ୍ପନର୍ ୟଜୁବେନ୍ଦ୍ର ଚହଲ. ଅଫ ବ୍ରେକ୍ ୱାଶିଂଟନ୍ ସୁନ୍ଦର ଏବଂ ଦକ୍ଷିଣ ଆଫ୍ରିକୀୟ ଷ୍ଟିଡ୍ ଷ୍ଟାର କ୍ରିସ୍ ମୋରିସ୍ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବାର ଦକ୍ଷତା ରଖିଛନ୍ତି।

ଅନ୍ୟପକ୍ଷରେ ଡେଭିଡ୍ ୱାର୍ଣର ନେତୃଚ୍ୱରେ ଆଇପିଏଲ୍ ଟ୍ରଫି ଜିତି ସାରିଥିବା ସନରାଇଜର୍ସର ବ୍ୟାଟିଂ ମୁଖ୍ୟତଃ ୱାର୍ଣ୍ଣର୍, ଇଂଲିଶ ଓପନର୍ ଜନି ବେୟାରଷ୍ଟୋ ଓ ଇଣ୍ଡିଆ ମିଡିଲ ଅର୍ଡର ମନୀଷ ପାଣ୍ଡେଙ୍କ ଉପରେ ନିର୍ଭର କରିବ। ସେହିପରି ଭୁବନେଶ୍ୱର କୁମାର ଓ ଆଫଗାନୀ ଷ୍ଟାର ସ୍ପିନର ରସିଦ୍ ଖାନ୍ ଦଳର ବୋଲିଂ ଶିବିର ସମ୍ଭାଳିବେ। ଏମାନଙ୍କ ବ୍ୟତୀତ ବିଜୟ ଶଙ୍କର ଓ ଆଫଗାନୀ ଅଲରାଉଣ୍ଡର ମହମ୍ମଦ ନବୀ ମଧ୍ୟ ଦଳ ପାଇଁ ଉପଯୋଗୀ ହେବାର ସମ୍ଭାବନା ରହିଛି।

Related story