ବାଂଲାଦେଶର କମ୍ରାଗତ ଦ୍ୱିତୀୟ ବିଜୟ

ପୋଚେଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ବାଂଲାଦେଶ କ୍ରମାଗତ ଦ୍ୱିତୀୟ ବିଜୟ ସହ ସୁପର୍ ଲିଗରେ ସ୍ଥାନ ପକ୍କା କରିଛି। ମଙ୍ଗଳବାର ବାଂଲାଦେଶ ତା’ର ଦ୍ୱିତୀୟ ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍ ବାଂଲାଦେଶ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୩୦.୩ ଓଭରରେ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଥିଲେ। ସ୍କଟଲ୍ୟାଣ୍ଡ୍ ପକ୍ଷରୁ ଉଜେର୍ ଶାହ ସର୍ବାଧିକ ୨୮ ରନ୍ କରିଥିବା ବେଳେ […]

bangla

Ranjit Kumar Jena
  • Published: Tuesday, 21 January 2020
  • , Updated: 21 January 2020, 08:22 PM IST

ପୋଚେଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ବାଂଲାଦେଶ କ୍ରମାଗତ ଦ୍ୱିତୀୟ ବିଜୟ ସହ ସୁପର୍ ଲିଗରେ ସ୍ଥାନ ପକ୍କା କରିଛି। ମଙ୍ଗଳବାର ବାଂଲାଦେଶ ତା'ର ଦ୍ୱିତୀୟ ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍ ବାଂଲାଦେଶ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୩୦.୩ ଓଭରରେ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଥିଲେ।

ସ୍କଟଲ୍ୟାଣ୍ଡ୍ ପକ୍ଷରୁ ଉଜେର୍ ଶାହ ସର୍ବାଧିକ ୨୮ ରନ୍ କରିଥିବା ବେଳେ ଜେମି କେର୍ନସ୍ ୧୭ ଓ କ୍ୟାପଟେନ୍ ଅଙ୍ଗସ୍ ଗାଏ ୧୧ ରନ୍ କରିଥିଲେ। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ବାଂଲାଦେଶର ସଫଳ ବୋଲର ଭାବେ ରକିବୁଲ୍ ହାସନ୍ ମାତ୍ର ୨୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ ଶୋରିଫୁଲ୍ ଇସଲାମ୍ ଓ ତାଞ୍ଜିମ ହାସନ୍ ସକିବ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ବାଂଲାଦେଶ ୧୬.୪ ଓଭରରେ ୩ ୱିକେଟ୍ ହରାଇ ୯୧ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ମହମଦୁଲ୍ ହାସନ୍ ଜୟ ୩୫ ଓ ତୋହିଦ୍ ହୃଦୟ ୧୭ ରନ୍ କରି ଅପରାଜିତ ଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରଭେଜ୍ ହୋସେନ୍ ଇମନ୍ ୨୫ ଓ ଶାମିମ୍ ହୋସେନ୍ ୧୦ ରନ୍ କରି ଆଉଟ୍ ହୋଇଥିଲେ। ସ୍କଟଲ୍ୟାଣ୍ଡ୍ ପକ୍ଷରୁ ସନ୍ ଫିଶର୍‌-କିଅଗ୍ ୩ଟି ଯାକ ୱିକେଟ୍ ନେଇଥିଲେ।

Related story