କୋଲକୋତା: ଭାରତ, ବାଂଲାଦେଶ ଓ ଆଫଗାନସ୍ତାନକୁ ନେଇ ଚାଲିଥିବା ୧୯ବର୍ଷରୁ କମ୍ ତ୍ରିକୋଣୀୟ ଶୃଙ୍ଖଳାର ଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇଛି। ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ହେବ। ଏହି ମ୍ୟାଚ୍ ଆସନ୍ତା ରବିବାର କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଖେଳାଯିବ। ପୂର୍ବରୁ ୩ଟି ମ୍ୟାଚ ଜିତି ଭାରତ ୧୩ ପଏଣ୍ଟ ଓ ବାଂଲାଦେଶ ୧୦ ପଏଣ୍ଟ ପାଇ ଫାଇନାଲକୁ ଯାଇଛନ୍ତି।
ବୁଧବାର କୋଲକାତାରେ ବାଂଲାଦେଶ ଓ ଆଫଗାନସ୍ତାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା। ଏଥିରେ ଆଫଗାନସ୍ତାନକୁ ୮ ୱିକେଟରେ ବାଂଲାଦେଶ ଟିମ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର ୨୬.୨ ଓଭରରେ ସମସ୍ତ ୱିକେଟ ହରାଇ ୯୯ ରନ ସଂଗ୍ରହ କରିଥିଲା। ୧୦୦ ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ଦଳ ଦୁଇ ୱିକେଟ ହରାଇ ହାସଲ କରି ନେଇଥିଲା। ଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ ହୋଇସାରିଥିବା ବେଳେ ଶୁକ୍ରବାର ଭାରତ ତାର ପରବର୍ତ୍ତି ମ୍ୟାଚରେ ଆଫଗାନସ୍ତାନକୁ ଭେଟିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।
Guest Column
ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।