ଟି-୨୦ରେ ଇତିହାସ ରଚିଲା ବାଂଲାଦେଶ ମହିଳା ଟିମ୍‌

ପୋଖରା: ବାଂଲାଦେଶ ମହିଳା କ୍ରିକେଟ୍ ଟିମ୍ ମାଳଦ୍ୱୀପ ମହିଳା କ୍ରିକେଟ୍ ଟିମକୁ ୨୪୯ ରନରେ ହରାଇ ଇତିହାସ ରଚିଛି । ନେପାଳରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ବାଂଲାଦେଶ ଏହି ବିଶ୍ୱ କୀର୍ତ୍ତିମାନ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ଟିମ୍ ପକ୍ଷରୁ ନିଗାର ସୁଲତାନା ୧୧୩ (୬୫ ବଲ୍‌, ୧୪ ଚୌକା, ୩ ଛକା) ଓ ଫରଗାନା […]

ban

Ranjit Kumar Jena
  • Published: Friday, 06 December 2019
  • , Updated: 06 December 2019, 08:24 PM IST

ପୋଖରା: ବାଂଲାଦେଶ ମହିଳା କ୍ରିକେଟ୍ ଟିମ୍ ମାଳଦ୍ୱୀପ ମହିଳା କ୍ରିକେଟ୍ ଟିମକୁ ୨୪୯ ରନରେ ହରାଇ ଇତିହାସ ରଚିଛି । ନେପାଳରେ ଚାଲିଥିବା ସାଉଥ୍ ଏସିଆନ୍ ଗେମ୍ସରେ ବାଂଲାଦେଶ ଏହି ବିଶ୍ୱ କୀର୍ତ୍ତିମାନ କରିଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା।

ଟିମ୍ ପକ୍ଷରୁ ନିଗାର ସୁଲତାନା ୧୧୩ (୬୫ ବଲ୍‌, ୧୪ ଚୌକା, ୩ ଛକା) ଓ ଫରଗାନା ହକ୍ ୧୧୦ (୫୩ ବଲ୍‌, ୨୦ ଚୌକା) ରନ୍ କରି ଅପରାଜିତ ଥିଲେ। ଏହା ପରେ ବାଂଲାଦେଶ ମହିଳା ଟିମ୍ ମାଳଦ୍ୱୀପକୁ ମାତ୍ର ୬ ରନରେ ଅଲଆଉଟ୍ କରିଥିଲା। ଚଳିତ ଗେମ୍ସରେ କ୍ରମାଗତ ତୃତୀୟ ବିଜୟ ସହ ବାଂଲାଦେଶ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି।

ଏହି ମ୍ୟାଚରେ ମାଳଦ୍ୱୀପର ୮ଜଣ ବ୍ୟାଟ୍ସଓମ୍ୟାନ୍ ଖାତା ଖୋଲିପାରିନଥିବା ବେଳେ ଦୁଇଜଣ ୧ ରନ୍ ଲେଖାଏ କରିଥିଲେ । ଟିମର ୧୦ତମ ବ୍ୟାଟ୍ସମ୍ୟାନ୍ ଶାମା ଅଲୀ ସର୍ବାଧିକ ୨ ରନ୍ କରିଥିଲେ। ବାଂଲାଦେଶୀ ବୋଲରମାନେ ଯଦି ଅତିରିକ୍ତ ୨ ରନ୍ ଦେଇନଥାନ୍ତେ, ତାହେଲେ ମାଳଦ୍ୱୀପ ୪ ରନରେ ଅଲଆଉଟ୍ ହୋଇଥାନ୍ତା। ମାଳଦ୍ୱୀପ ଲକ୍ଷ୍ୟର ପିଛା କରି ୧୨.୧ ଓଭର ବ୍ୟାଟିଂ କରିଥିଲା।

Related story