ବାରବାଟୀ ଟି-୨୦: ପ୍ରଥମ ଦିନରେ ୨୮୦୦ ଟିକେଟ୍‌ ବିକ୍ରି

କଟକ(ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୦ ତାରିଖରେ କଟକ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ହେବ। ଏଥିପାଇଁ ଆଜିଠାରୁ ଅନ୍ ଲାଇନରେ ଟିକେଟ୍ ବିକ୍ର ଆରମ୍ଭ ହୋଇଛି। www.get2thegames.com ୱେବସାଇଟରେ ଟିକେଟ ବିକ୍ରି ହେଉଛି। ଆଜି ପ୍ରଥମ ଦିନରେ ପ୍ରାୟ ୨୮୦୦ ଟିକେଟ ବିକ୍ରି ହୋଇଥିବା ଜଣାପଡ଼ିଛି। ବାରବାଟୀର ମୋଟ୍ ୩୨ ହଜାର ୪୦୩ ସିଟରୁ ଅନଲାଇନରେ ୯ ହଜାର ୩୧୦ଟି ସିଟ୍ ବିକ୍ରି କରାଯିବ।  ଅନଲାଇନରେ ୧ ନମ୍ବର ଓ ୩ ନମ୍ବର ଗ୍ୟାଲେରୀର ଟିକେଟ ନଥିବାରୁ […]

barabati-1

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 07:48 PM IST

କଟକ(ଓଡ଼ିଶା ରିପୋର୍ଟର): ଡିସେମ୍ବର ୨୦ ତାରିଖରେ କଟକ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ହେବ। ଏଥିପାଇଁ ଆଜିଠାରୁ ଅନ୍ ଲାଇନରେ ଟିକେଟ୍ ବିକ୍ର ଆରମ୍ଭ ହୋଇଛି। www.get2thegames.com ୱେବସାଇଟରେ ଟିକେଟ ବିକ୍ରି ହେଉଛି। ଆଜି ପ୍ରଥମ ଦିନରେ ପ୍ରାୟ ୨୮୦୦ ଟିକେଟ ବିକ୍ରି ହୋଇଥିବା ଜଣାପଡ଼ିଛି।

ବାରବାଟୀର ମୋଟ୍ ୩୨ ହଜାର ୪୦୩ ସିଟରୁ ଅନଲାଇନରେ ୯ ହଜାର ୩୧୦ଟି ସିଟ୍ ବିକ୍ରି କରାଯିବ।  ଅନଲାଇନରେ ୧ ନମ୍ବର ଓ ୩ ନମ୍ବର ଗ୍ୟାଲେରୀର ଟିକେଟ ନଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଡିସେମ୍ବର ୧୬ ଓ ୧୭ରେ ବାରବାଟୀର ୩ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ।

Related story