କଟକରେ ଟିକେଟ୍‌ ପାଇଁ ଜୋତା ମାଡ଼: ରାଗରେ ଲାଲ କ୍ରୀଡ଼ାପ୍ରେମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଜମି ଆସୁଛି କ୍ରେଜ୍ କଟକରେ ଫଟାଫଟ୍ କ୍ରିକେଟର ମଜା ନେବାକୁ ଉତ୍କଣ୍ଠାରେ ଦର୍ଶକ। ଏଥିପାଇଁ ଓସିଏ ସମେତ କମିଶନରେଟ ପୋଲିସ ବି ପ୍ରସ୍ତୁତି ସାରିଛି। ତେବେ ଏସବୁ ଭିତରେ ଆଜି ବାରବାଟିରେ ଟିକେଟ୍ ବିକ୍ରି ବେଳେ କାଉଣ୍ଟରରୁ ଟିକେଟ ସରିଯିବାରୁ ଏହାକୁ ନେଇ ଉନ୍ମତ କାଣ୍ଡ ଘଟାଇଛନ୍ତି ଅସନ୍ତୁଷ୍ଟ କ୍ରୀଡାପ୍ରେମୀ। ବାରବାଟୀ ଟିକେଟ କାଉଣ୍ଟର ଆଗରେ ଛିନଛତ୍ର ପରିବେଶ। ଦର୍ଶକଙ୍କ ଟେକା ମାଡରେ ଭାଙ୍ଗି ଚୁରମାର ଟିକେଟ୍ […]

aaaaa

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 09:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଜମି ଆସୁଛି କ୍ରେଜ୍ କଟକରେ ଫଟାଫଟ୍ କ୍ରିକେଟର ମଜା ନେବାକୁ ଉତ୍କଣ୍ଠାରେ ଦର୍ଶକ। ଏଥିପାଇଁ ଓସିଏ ସମେତ କମିଶନରେଟ ପୋଲିସ ବି ପ୍ରସ୍ତୁତି ସାରିଛି। ତେବେ ଏସବୁ ଭିତରେ ଆଜି ବାରବାଟିରେ ଟିକେଟ୍ ବିକ୍ରି ବେଳେ କାଉଣ୍ଟରରୁ ଟିକେଟ ସରିଯିବାରୁ ଏହାକୁ ନେଇ ଉନ୍ମତ କାଣ୍ଡ ଘଟାଇଛନ୍ତି ଅସନ୍ତୁଷ୍ଟ କ୍ରୀଡାପ୍ରେମୀ। ବାରବାଟୀ ଟିକେଟ କାଉଣ୍ଟର ଆଗରେ ଛିନଛତ୍ର ପରିବେଶ। ଦର୍ଶକଙ୍କ ଟେକା ମାଡରେ ଭାଙ୍ଗି ଚୁରମାର ଟିକେଟ୍ କାଉଣ୍ଟର ଝରକା। ଟିକେଟ ନମିଳିବାରୁ କିଏ ଚପଲ ଫିଙ୍ଗୁଛି ତ ଆଉ କିଏ ଦେଉଛି ନନଷ୍ଟପ୍ ଗାଳି। ଫଟାଫଟ୍ କ୍ରିକେଟର ଅଦ୍ଭୁତପୂର୍ବ ରୋମାଞ୍ଚ ଦେଖିବା ଲାଗି ଟିକେଟରୁ ବଞ୍ଚିତ ହେବା ପରେ ଆଜି କଟକରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ। ଆଜି ଦ୍ୱିତୀୟ ଦିନରେ ଟିକେଟ ବିକ୍ରି ବେଳେ ହଠାତ ଶେଷ ହୋଇଯାଇଥିଲା ଗ୍ୟାଲେରି ଟିକେଟ୍। ଫଳରେ ସକାଳୁ ଲମ୍ବା ଲାଇନ ଲଗାଇଥିବା ବହୁ ଦର୍ଶକ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ଘଣ୍ଟା ଘଣ୍ଟ ଧରି ଅପେକ୍ଷା ପରେ ବି ଟିକେଟ୍ ନମିଳିବାରୁ ରାଗରେ ଲାଲ ହୋଇଥିଲେ ବହୁ ଦର୍ଶକ।

ଏପଟେ ବୁଧବାର ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍ ପ୍ରସ୍ତୁତିରେ ଫାଇନାଲ ଟଚ୍ ଦେଉଛନ୍ତି କ୍ୟୁରେଟର। ବାରବାଟୀର ଆଉଟ ଫିଲ୍ଡ ଫାଷ୍ଟ ରହୁଥିବାରୁ ଏଥର ଭଲ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ୟୁରେଟର। ଏପଟେ ଟି-ଟ୍ୱେଣ୍ଟି ମ୍ୟାଚ୍ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ। ଖେଳାଳିଙ୍କ ସୁରକ୍ଷା ପାଇଁ କଟକରେ ୬୩ ଓ ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସେହିଭଳି ଷ୍ଟାଡିଅମ ଭିତରକୁ ପାଣି ବୋତଲ ଅନ୍ୟ ସାମଗ୍ରୀକୁ ମଧ୍ୟ ନିଷେଧ କରାଯାଇଛି।...

ବୁଧବାର ମ୍ୟାଚ୍ ଲାଗି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଶ୍ରୀଲଙ୍କା ଟିମ୍। ୧୯ରେ ବାରବାଟୀରେ ପ୍ରାକ୍ଟିସ କରିବେ ଉଭୟ ଦେଶର ଖେଳାଳି। ତା ପୂର୍ବରୁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଖେଳାଳିମାନେ ରହିବାକୁ ଥିବା ମେ ଫେୟାର କାର କେଡ୍ ରିହରସାଲ ଅନୁଷ୍ଠିତ ହୋଇଛି।

https://www.youtube.com/watch?v=i3w4WpKcSqE

Related story