ଜଗିବେ ୯୧ ପ୍ଲାଟୁନ୍‌: ଜାଣନ୍ତୁ ଷ୍ଟାଡିମୟକୁ କ’ଣ ନେବା ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। କଟକରେ ୬୩ ପ୍ଲାଟୁନ, ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ।  ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଏବଂ ଶ୍ରୀଲଙ୍କା କ୍ରିକେଟ ଟିମ୍। ୧୯ରେ ବାରବାଟୀରେ ପ୍ରାକ୍ଟିସ କରିବେ ଖେଳାଳି। ୨୦ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍। ୨୧ରେ ଉଭୟ ଦଳ ଇନ୍ଦୋର ଅଭିମୁଖେ […]

prv_0c4ee_1484670497

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 09:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। କଟକରେ ୬୩ ପ୍ଲାଟୁନ, ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ।  ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ। ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଏବଂ ଶ୍ରୀଲଙ୍କା କ୍ରିକେଟ ଟିମ୍। ୧୯ରେ ବାରବାଟୀରେ ପ୍ରାକ୍ଟିସ କରିବେ ଖେଳାଳି। ୨୦ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍। ୨୧ରେ ଉଭୟ ଦଳ ଇନ୍ଦୋର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ସହ ଗୁଟ୍‌କା,ବିଡି, ସିଗାରେଟ୍‌, ଡିଆଇସିଲ୍‌ ଓ ମାରଣାସ୍ତ୍ର ସହ ଅନ୍ୟାନ ଜିନିଷ ନେବାକୁ ବାରଣ କରାଯାଇଛି। ଅନ୍ୟାନ୍ୟ ଜିନିଷ ଉପରେ କଟକଣା କରାଯାଇଛି।

ଏପଟେ ଟିକେଟ ନମିଳିବାରୁ ବାରବାଟୀରେ ବ୍ୟାରିକେଡ୍ ଭାଙ୍ଗିଲେ ଦର୍ଶକ। ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ମଧ୍ୟ ଟିକେଟ୍ ନପାଇବାରୁ ଉତ୍ତେଜିତ ହୋଇ କାଉଣ୍ଟରକୁ ଟେକା ପଥର ଫିଙ୍ଗିବା ସହ ବାରିକେଡ୍ ଭାଙ୍ଗିଛନ୍ତି ଦର୍ଶକ। ଆସନ୍ତା ବୁଧବାର ବରବାଟୀରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଗତକାଲିଠାରୁ ସାଧାରଣ ଦର୍ଶକଙ୍କ ଲାଗି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ତେବେ ସାଧାରଣ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ୧୨, ୫୨୯ଟି ଟିକେଟରୁ ଗତକାଲି ଆଉ ମାତ୍ର ୩୫୦ ଟିକେଟ ବଳିଥିଲା। ଆଜି ସକାଳୁ ବହୁ ଦର୍ଶକ ଲମ୍ବା ଲାଇନ ଲାଗାଇ ଟିକେଟ୍ ପାଇଁ ଅପେକ୍ଷା କରିଥିଲେ। ତେବେ କାଉଣ୍ଟରରେ ଟିକେଟ୍ ଉପଲବ୍ଧ ନହେବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦର୍ଶକଙ୍କ ଟେକା ପଥର ମାଡ଼ ପରେ ଓସିଏ କର୍ତ୍ତୂପକ୍ଷ କାଉଣ୍ଟରରେ ଟିକେଟ୍ ବିକ୍ରି ବନ୍ଦ କରିଦେଇଛନ୍ତି।

https://youtu.be/Dt35hZLzPA0

Related story