ନଭେମ୍ବରରେ ବାରବାଟୀରେ ହୋଇପାରେ ଏକ ଟେଷ୍ଟ୍ ମ୍ୟାଚ୍

କଟକ: ଆସନ୍ତା ନଭେମ୍ୱର ମାସରେ ବାରବାଟୀରେ ଏକ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ଥିବା ନେଇ ସୋମବାର ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଚଳିତ ବର୍ଷ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ବାଂଲାଦେଶ ଭାରତ ଗସ୍ତରେ ଆସି ଟେଷ୍ଟ୍ ମ୍ୟାଚ୍ ଖେଳିବେ। ସେହି ମ୍ୟାଚ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ବାରବାଟୀରେ କରିବା ପାଇଁ ବିସିସିଆଇ ଓସିଏକୁ ପ୍ରତିଶ୍ରୁତି ଦେଇଛି।” ଗତବର୍ଷ ଅକ୍ଟୋବର ୫ ତାରିଖରେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ […]

barabati

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 12:35 PM IST

କଟକ: ଆସନ୍ତା ନଭେମ୍ୱର ମାସରେ ବାରବାଟୀରେ ଏକ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ଥିବା ନେଇ ସୋମବାର ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ଚଳିତ ବର୍ଷ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ବାଂଲାଦେଶ ଭାରତ ଗସ୍ତରେ ଆସି ଟେଷ୍ଟ୍ ମ୍ୟାଚ୍ ଖେଳିବେ। ସେହି ମ୍ୟାଚ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ବାରବାଟୀରେ କରିବା ପାଇଁ ବିସିସିଆଇ ଓସିଏକୁ ପ୍ରତିଶ୍ରୁତି ଦେଇଛି।”

ଗତବର୍ଷ ଅକ୍ଟୋବର ୫ ତାରିଖରେ ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚରେ ଗ୍ୟାଲେରୀରୁ ଦର୍ଶକଙ୍କ ପାଣି ବୋତଲ ଫିଙ୍ଗିବା ଘଟଣାକୁ ନେଇ ବିବାଦ ଘେରରେ ଥିଲା ବାରବାଟୀ ଷ୍ଟାଡିୟମ। ଏହି ଘଟଣାରେ ବିସିସିଆଇ ଓସିଏକୁ ରିପୋର୍ଟ ତଲବ କରିଥିଲା। ଉକ୍ତ ରିପୋର୍ଟ ସନ୍ତୋଷଜନକ ହୋଇଥିବା ଯୋଗୁଁ ବାରବାଟୀକୁ ଟେଷ୍ଟ୍‌ ମ୍ୟାଚ୍ ମିଳିବ ବୋଲି ଓସିଏ ସମ୍ପାଦକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଶେଷଥର ପାଇଁ ବାରବାଟୀରେ ୧୯୯୫ ନଭେମ୍ୱର ମାସରେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ତା’ ପୂର୍ବରୁ ୧୯୮୭ ମସିହା ଜାନୁଆରୀ ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଏକ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଭାରତ ଗୋଟିଏ ଇନିଂସ ଓ ୬୭ ରନ୍‌ରେ ବିଜୟୀ ହୋଇଥିଲା।

Related story