ବାରବାଟୀ ଟି-ଟ୍ୱେଣ୍ଟି : ୬ ୱିକେଟରେ ଭାରତକୁ ହରାଇ ୨-୦ରେ ସିରିଜ୍ ଜିତିଲା ଦକ୍ଷିଣ ଆଫ୍ରିକା

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱତୀୟ ଟି-୨୦କୁ ୬ ୱିକେଟରେ ଜିତି ଦକ୍ଷିଣ ଆଫ୍ରିକା ୩ ଟିକିଆ ସରିଜକୁ ୨-୦ରେ କବଜା କରିଛି। ୯୩ ରନର ବିର୍ଜ ଳକ୍ଷ୍ୟ ନେଇ ପଡିଆକୁ ଓହ୍ଲେଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୧୭ ବଲ ବାକି ଥାଇ ମ୍ୟାଚକୁ ଜିତିଛି।ଦଳପକ୍ଷରୁ ଅପରାଜିତ ଜେପି ଡୁମିନି ୩୯ ବଲରୁ ୩୦ ଓ ଡେଭିଡ୍ ମିଲର ୮ ବଲରୁ ୧୦ ରନ କରି ଦ୍ୱିତୀୟ ବିଜୟୀ କରିଥିଲେ। ଦଳପକ୍ଷରୁ ଏବି ଡିଭିଲର ୧୯(୨୧ବଲ),ଏଫ୍ […]

CRICKET-IND-RSA

Rakesh Mallick
  • Published: Monday, 05 October 2015
  • , Updated: 06 October 2015, 01:45 AM IST

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦ୍ୱତୀୟ ଟି-୨୦କୁ ୬ ୱିକେଟରେ ଜିତି ଦକ୍ଷିଣ ଆଫ୍ରିକା ୩ ଟିକିଆ ସରିଜକୁ ୨-୦ରେ କବଜା କରିଛି। ୯୩ ରନର ବିର୍ଜ ଳକ୍ଷ୍ୟ ନେଇ ପଡିଆକୁ ଓହ୍ଲେଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୧୭ ବଲ ବାକି ଥାଇ ମ୍ୟାଚକୁ ଜିତିଛି।ଦଳପକ୍ଷରୁ ଅପରାଜିତ ଜେପି ଡୁମିନି ୩୯ ବଲରୁ ୩୦ ଓ ଡେଭିଡ୍ ମିଲର ୮ ବଲରୁ ୧୦ ରନ କରି ଦ୍ୱିତୀୟ ବିଜୟୀ କରିଥିଲେ। ଦଳପକ୍ଷରୁ ଏବି ଡିଭିଲର ୧୯(୨୧ବଲ),ଏଫ୍ ଡୁପ୍ଲିସ୍ ୧୬(୧୪ ବଲ) ଓ ଫରାନ୍ ବେହେରଡାନ୍ ୧୧(୧୮ ବଲ)କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ଅଶ୍ୱୀନି ୩ଟି ୱିକେଟ ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ। ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ମାର୍କେଲଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ ଭାରତ ମାତ୍ର ୧୭.୨ ଓଭରରେ ୯୨ ରନ କରି ଅଲ ଆଉଟ ହୋଇଯାଇଥିଲା। ଦଳପକ୍ଷରୁ ୪ ଜଣ ଖେଳାଳି ମାତ୍ର ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ୨୪ ବଲରୁ ୨୨ ରନ, ଶିଖର ଧୱନ୍ ୧୨ ବଲରୁ ୧୧ରନ, ସୁରେଶ ରାଇନା ୨୪ ବଲରୁ ୨୨ ରନ ଓ ରବିଚନ୍ଦ୍ରନ୍ ଅଶ୍ୱୀନି ୧୫ ବଲରୁ ମାତ୍ର ୧୧ ରନ ସଂଗ୍ରହ କରି ଆଉଟ ହୋଇଥିଲେ।  ବାକି ୭ ଖେଳାଳି ମଧ୍ୟରୁ ୪ ଖେଳାଳି କୌଣସି ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ । ସେହିପରି ବିରାଟ କୋହିଲି (୧ବଲରୁ ୧ ରନ କରି ରନ ଆଉଟ ହୋଇଥିବା ବେଳେ ଧୋନି ୮ ବଲରୁ ୫ ରନ ଓ ଅକ୍ଷର ପଟେଲ ୧୨ ବଲରୁ ୯ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଲବେ ମାର୍କେଲଙ୍କୁ ୩ଟି ୱିକେଟ, ଇମରାନ୍ ତାହୀର ଓ ଚାରିସ୍ ମୋରିସ୍ ୨ଟି ଲେଖାଏଁ ଓ କାଶିଗୋ ରାବଡା ଗୋଟିଏ ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ଲାଇନକୁ ଧ୍ୱସ୍ତ କରି ଦେଇଥିଲେ।

Related story