ଟି-ଟ୍ୱେଣ୍ଟି ମ୍ୟାଚରେ ପ୍ରତ୍ୟେକ ଖେଳାଳି ପାଇବେ ଉପହାର: ଦେଖିବାକୁ ମିଳିବ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ ନେଇ ପ୍ରଥମଥର ପାଇଁ ସଚିବାଳୟରେ ସମୀକ୍ଷା କରିଛନ୍ତି କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। କ୍ରୀଡା ସଚିବ, ପୋଲିସ କମିଶନର ଏବଂ ଓସିଏ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କ୍ରୀଡାମନ୍ତ୍ରୀ। ବାଟବାଟୀରେ ଖେଳାଳି, ଦର୍ଶକ ଏବଂ ଷ୍ଟାଡିୟମର ସୁରକ୍ଷା ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ବିମାନବନ୍ଦରରେ ଖେଳାଳିଙ୍କୁ ଓଡ଼ିଶୀ ଶୈଳୀରେ ସ୍ୱାଗତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉପହାର ପ୍ରଦାନ ପାଇଁ […]

28ORISTADIUM_195619

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 02:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ ନେଇ ପ୍ରଥମଥର ପାଇଁ ସଚିବାଳୟରେ ସମୀକ୍ଷା କରିଛନ୍ତି କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। କ୍ରୀଡା ସଚିବ, ପୋଲିସ କମିଶନର ଏବଂ ଓସିଏ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କ୍ରୀଡାମନ୍ତ୍ରୀ। ବାଟବାଟୀରେ ଖେଳାଳି, ଦର୍ଶକ ଏବଂ ଷ୍ଟାଡିୟମର ସୁରକ୍ଷା ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ବିମାନବନ୍ଦରରେ ଖେଳାଳିଙ୍କୁ ଓଡ଼ିଶୀ ଶୈଳୀରେ ସ୍ୱାଗତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉପହାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି।  ଏହାସହ ବାରବାଟୀରେ ଦେଖିବାକୁ ମିଳିବ ଓଡ଼ିଶା କଳା ଓ ସଂସ୍କୃତିର ଝଲକ। ସୁରକ୍ଷା ନେଇ ମଧ୍ୟ ପୋଲିସ ପକ୍ଷରୁ କଡା ବନ୍ଦୋବସ୍ତ କରାଯାଇଛି। ୨୫୦୦ ପୋଲିସ ସହ ୨୫୦୦ ସୁରକ୍ଷାକର୍ମୀ ମ୍ୟାଚ ଓ ଖେଳାଳିଙ୍କ ସୁରକ୍ଷାରେ ରହିବେ। ଆସନ୍ତା ୨୦ରେ ବାରବାଟୀରେ ଖେଳାଯିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ।

Related story