ବାରବାଟୀ ଟି-ଟ୍ୱେଣ୍ଟି: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଆଜି ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୫ଟା ବେଳେ ଉଭୟ ଦଳର ଖେଳାଳିମାନେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଧର୍ମଶାଳାରୁ ଆସି ଏଠାରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଟିମକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତା’ପରେ ଉଭୟ ଟିମର ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ୍ ମେ ଫେୟାରକୁ ନିଆଯାଇଥିଲା। […]

dhhoni

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 01:43 PM IST

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଆଜି ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୫ଟା ବେଳେ ଉଭୟ ଦଳର ଖେଳାଳିମାନେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଧର୍ମଶାଳାରୁ ଆସି ଏଠାରେ ପହଞ୍ଚିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଟିମକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତା’ପରେ ଉଭୟ ଟିମର ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ୍ ମେ ଫେୟାରକୁ ନିଆଯାଇଥିଲା। ଖେଳାଳିମାନଙ୍କ ସୁରକ୍ଷା ପାଇଁ ହୋଟେଲ୍ ପରିସରରେ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ପାଗ ଭଲ ରହିଲେ ଆସନ୍ତାକାଲି ଉଭୟ ଟିମ୍ କଟକ ବାରବାଟୀ ଗ୍ରାଉଣ୍ଡକୁ ଯିବେ ନେଟ୍ ପ୍ରାକଟିସ୍ ପାଇଁ।

୫ ତାରିଖ ସଂଧ୍ୟା ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍। ବାରବାଟୀରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ଧର୍ମଶାଳାରେ ଗତକାଲି ଖେଳା ଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତୀୟ ଟିମ୍ ହାରି ଯାଇଥିଲା। ଭ୍ରମଣକାରୀ ଦଳଠାରୁ ୭ ୱିକେଟରେ ହାରି ଯାଇଥିଲେ ଧୋନିବାହିନୀ। ତେଣୁ ବାରବାଟୀ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ।

Related story