ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍: ସେପ୍ଟେମ୍ବର ୨୦ରୁ ଅନଲାଇନରେ ଟିକେଟ୍ ବିକ୍ରି

ଭୁବନେଶ୍ୱର: ଅକ୍ଟୋବର ୫ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆସନ୍ତା ୨୦ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୨୦ ହଜାର ସିଟ୍ ରହିଛି। ଅକ୍ଟୋବର ୫ ତାରିଖ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ତା’ର ଦୁଇ ଦିନ ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ […]

barabati

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 05:05 PM IST

ଭୁବନେଶ୍ୱର: ଅକ୍ଟୋବର ୫ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆସନ୍ତା ୨୦ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୨୦ ହଜାର ସିଟ୍ ରହିଛି।

ଅକ୍ଟୋବର ୫ ତାରିଖ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ତା’ର ଦୁଇ ଦିନ ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୪ ତାରିଖରେ ଦୁଇ ଟିମ୍ ବାରବାଟୀ ଷ୍ଟାଡିୟମ୍ ଆସି ଅଭ୍ୟାସ କରିବେ।

ଏହି ମ୍ୟାଚ୍ ପାଇଁ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖେଳାଳିମାନଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

Related story