ବିଶ୍ୱସ୍ତରୀୟ ସୁବିଧା ସହ ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ସିଟି, କ୍ରୀଡ଼ା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ ସୁବିଧା ସହ ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ସିଟି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ବେଳେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। ୫ଟି ବଡ଼ ସହର ଯଥା କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ଜୟପୁରରେ ହେବ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କଂପ୍ଲେକ୍ସ। ସ୍ୱର୍ଣ୍ଣ ଯୋଜନାରେ ସ୍ପୋର୍ଟ୍ସ କଂପ୍ଲେକ୍ସ ପାଇଁ ଖର୍ଚ୍ଚ ହେବ ୯୬ କୋଟି ଟଙ୍କା। ଏଥିସହ ୧୫୦ ବ୍ଲକରେ ଥିବା ମିନି ଷ୍ଟାଡିୟମକୁ ଅତିରିକ୍ତ ୧୫ […]

Rakesh Mallick
  • Published: Tuesday, 29 August 2017
  • , Updated: 29 August 2017, 04:23 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ ସୁବିଧା ସହ ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ସିଟି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ବେଳେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। ୫ଟି ବଡ଼ ସହର ଯଥା କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ଜୟପୁରରେ ହେବ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କଂପ୍ଲେକ୍ସ। ସ୍ୱର୍ଣ୍ଣ ଯୋଜନାରେ ସ୍ପୋର୍ଟ୍ସ କଂପ୍ଲେକ୍ସ ପାଇଁ ଖର୍ଚ୍ଚ ହେବ ୯୬ କୋଟି ଟଙ୍କା। ଏଥିସହ ୧୫୦ ବ୍ଲକରେ ଥିବା ମିନି ଷ୍ଟାଡିୟମକୁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସମାରୋହରେ ୨୦୧୬ ବର୍ଷ ପାଇଁ ବିଭିନ୍ନ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡ଼ାକ୍ଷେତ୍ରରେ ଜୀବନ ବ୍ୟାପୀ ଯୋଗଦାନ ପାଇଁ  ପଞ୍ଚାନନ ଗନ୍ତାୟତ, କ୍ରୀଡ଼ାକ୍ଷେତ୍ରରେ ପ୍ରୋତ୍ସାହନ ଓ ଶ୍ରେଷ୍ଠ ଅବଦାନ ପାଇଁ ହରିପ୍ରସାଦ ପଟ୍ଟନାୟକ, କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦୂତୀ ଚାନ୍ଦ, ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ପାଇଁ ସଂହିତା ଦାସ ଏବଂ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପାଇଁ ଅଶୋକ କୁମାର ପଣ୍ଡା ଓ ରଜନୀକାନ୍ତ ଶତ୍ରୁସଲ୍ୟଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

Related story