ବିସିସିଆଇ ଅଧିକାରୀଙ୍କ ପଛରେ ଗୁପ୍ତଚର ଲଗାଇଥିଲେ ଶ୍ରୀନିବାସନ୍!

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ ବିସିସିଆଇର ଅଧିକାରୀଙ୍କ ପଛରେ ଲଗାଇଥିଲେ ଗୁଇନ୍ଦା। ଲଣ୍ଡନର ଏକ ଘରୋଇ ଗୁଇନ୍ଦା ସଂସ୍ଥାକୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ ସେ। ପୁଣି ଏଥିପାଇଁ ଉକ୍ତ ସଂସ୍ଥାକୁ ବିସିସିଆଇ ପାଣ୍ଠିରୁ ଦେଇ ଥିଲେ ୧୪ କୋଟି ଟଙ୍କା। ଏହି ଗୁଇନ୍ଦା ସଂସ୍ଥା ବିସିସିଆଇର ଅଧିକାରୀମାନଙ୍କ ଫୋନ୍ ଟ୍ୟାପିଂ କରିବା ସହିତ ସେମାନଙ୍କ ଇ-ମେଲଗୁଡ଼ିକୁ ମଧ୍ୟ ଟ୍ରାକିଂ କରୁଥିଲା। ଏ ଅଭିଯୋଗ ଆସିବା ପରେ ଶ୍ରୀନିବାସନଙ୍କୁ ନେଇ ସୃଷ୍ଟି ହୋଇଯାଇଛି ଏକ […]

Srinivasan

Rakesh Mallick
  • Published: Sunday, 26 April 2015
  • , Updated: 26 April 2015, 11:11 AM IST

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ ବିସିସିଆଇର ଅଧିକାରୀଙ୍କ ପଛରେ ଲଗାଇଥିଲେ ଗୁଇନ୍ଦା। ଲଣ୍ଡନର ଏକ ଘରୋଇ ଗୁଇନ୍ଦା ସଂସ୍ଥାକୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ ସେ। ପୁଣି ଏଥିପାଇଁ ଉକ୍ତ ସଂସ୍ଥାକୁ ବିସିସିଆଇ ପାଣ୍ଠିରୁ ଦେଇ ଥିଲେ ୧୪ କୋଟି ଟଙ୍କା। ଏହି ଗୁଇନ୍ଦା ସଂସ୍ଥା ବିସିସିଆଇର ଅଧିକାରୀମାନଙ୍କ ଫୋନ୍ ଟ୍ୟାପିଂ କରିବା ସହିତ ସେମାନଙ୍କ ଇ-ମେଲଗୁଡ଼ିକୁ ମଧ୍ୟ ଟ୍ରାକିଂ କରୁଥିଲା। ଏ ଅଭିଯୋଗ ଆସିବା ପରେ ଶ୍ରୀନିବାସନଙ୍କୁ ନେଇ ସୃଷ୍ଟି ହୋଇଯାଇଛି ଏକ ନୂଆ ବିବାଦ। ଯଦି ଘଟଣାଟି ସତ ହୋଇଥାଏ ତା’ହେଲେ ତାଙ୍କ ପାଇଁ ଏକ ବଡ଼ ବିପଦ ଅପେକ୍ଷା କରି ରହିଛି ବୋଲି କୁହାଯାଉଛି।

ଏହି ଅଭିଯୋଗର ତଦନ୍ତ କରିବାକୁ ବିସିସିଆଇ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ଏ ନେଇ ବିସିସିଆଇ ସଂପାଦକ ଅନୁରାଗ ଠାକୁରଙ୍କ ନେତୃତ୍ୱରେ ଏକ ବୋର୍ଡ ଗଠନ କରାଯିବ। ଶ୍ରୀନିବାସନ ସଭାପତି ଥିବା ବେଳେ କାହିଁକି ଅନ୍ୟ ବିସିସିଆଇ ଅଧିକାରୀଙ୍କ ପଛରେ ଗୁଇନ୍ଦା ଲଗାଇଥିଲେ ଓ ଏଥିପାଇଁ ବିସିସିଆଇର ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ତାଙ୍କୁ କିଏ ଅନୁମତି ଦେଲା ତା’ର ତଦନ୍ତ କରିବ ଏହି ବୋର୍ଡ।

Related story