ନୂଆଦିଲ୍ଲୀ: ବିସିସିଆଇର ଚାପରେ ଆଜି ମୁଣ୍ଡ ନୁଆଇଁଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଏହାସହ ଦ୍ୱିସ୍ତରୀୟ ଟେଷ୍ଟ ପ୍ରସ୍ତାବକୁ ପ୍ରତ୍ୟାହାର କରିଛି। ବିସିସିଆଇକୁ ଶ୍ରୀଲଙ୍କା, ଜିମ୍ବାୱେ ଓ ବାଂଲାଦେଶ ପରି ଦେଶ ସମର୍ଥନ ଦେବାରୁ ଆଇସିସି ତା’ର ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି।
ଆଇସିସି କହିଛି,“ଭାରତ, ଶ୍ରୀଲଙ୍କା, ଜିମ୍ବାୱେ ଓ ବାଂଲାଦେଶ ପରି ଦେଶ ଦ୍ୱିସ୍ତରୀୟ ଟେଷ୍ଟ ପ୍ରସ୍ତାବକୁ ବିରୋଧ କରିବାରୁ ଏହାକୁ ପ୍ରତ୍ୟାହାର କରାଯାଇଛି। ଯାହାକି ଦୁବାଇରେ ଆସନ୍ତା ଦିନରେ ବସିବାକୁ ଥିବା ମୁଖ୍ୟ କାର୍ଯ୍ୟକାରିଣୀ ବୈଠକରେ ପାରିତ ହୋଇଥାନ୍ତ।”
ବିସିସିଆଇ ସଭାପତି ଅନୁରାଗ ଠାକୁର କହିଛନ୍ତି,“ଦ୍ୱିସ୍ତରୀୟ ଟେଷ୍ଟ ପ୍ରସ୍ତାବ ନେଇ ଆମେ ଉପସ୍ଥାପିତ କରିଥିବା ମତକୁ ଆଇସିସି ସଦସ୍ୟମାନେ ସମ୍ମାନ ଜଣାଇଥିବାରୁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ।”